ନିର୍ବାଚନ ଫଳକୁ ନେଇ ଶ୍ୟାମାଖୁଣ୍ଟା ବିଡିଓଙ୍କୁ ମାରଣାନ୍ତକ ଆକ୍ରମଣ

ବାରିପଦା: ଶ୍ୟାମାଖୁଣ୍ଟା ବିଡିଓଙ୍କୁ ଅଫିସ ଭିତରେ ମାରଣାନ୍ତକ ଆକ୍ରମଣ । ନିର୍ବାଚନୀ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଞ୍ଚଳ ବାସୀଙ୍କ ମାଡରେ ଶାମାଖୁଣ୍ଟା ବିଡିଓ ଯଶୋବନ୍ତ ବେହେରା ଆହତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନରେ ଫଳାଫଳ ଘୋଷଣାରେ ଅନିୟମିତତା ଅଭିଯୋଗ କରି ଗ୍ରାମବାସୀ ଏପରି କାଣ୍ଡ କରିଥିବା ଜଣାପଡ଼ିଛି ।

୨୬ ଓ ୨୭ ତାରିଖରେ ଭୋଟ୍ ଗଣତି ହୋଇଥିଲା । ଶକୁନ୍ତଳା ବିଶ୍ଵାଳ, ବାଲିଡିହା ସରପଞ୍ଚ ଭାବେ ଜିତିଛନ୍ତି ବୋଲି ଅଫିସ ପକ୍ଷରୁ ଘୋଷଣା କରଯାଇଥିଲା। ହେଲେ ଖବର କାଗଜରେ ସକୁନ୍ତଳାଙ୍କ ନାମ ବଦଳରେ କବିତା ନାଏକଙ୍କ ନାମ ଛପିବା ପରେ ଲୋକେ ଉତ୍ତେଜିତ ହୋଇଥିଲେ । ବିଡିଓଙ୍କୁ ଏହାର ଜବାବ ମାଗିବା ବେଳେ ଅଞ୍ଚଳବାସୀଙ୍କ ସହିତ ବିଡିଓଙ୍କ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ କିଛି ଲୋକ ତାଙ୍କୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବିଡିଓ।

ସେନେଇ ଶ୍ୟାମାଖୁଣ୍ଟ ବ୍ଳକ ଅଫିସ ଆଗରେ ପ୍ରାର୍ଥୀଙ୍କ ସମର୍ଥକ ଓ ଅଞ୍ଚଳ ବାସୀଙ୍କ ଉତ୍ତେଜନା ଦେଖା ଦେଇଛି। ବିଡିଓ ଜାଣିଶୁଣି ଏଭଳି କରିଥିବା କଥା ପାଲଟା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏକ ଡାକ୍ତରୀ ଦଳ ବ୍ଲକରେ ପହଞ୍ଚି ବିଡିଓଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ସହିତ ଘଟଣା ସ୍ଥଳରେ ବାରିପଦା ସଦର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

nis-ad
Leave A Reply

Your email address will not be published.