ୟୁକ୍ରେନ୍ ଯୁଦ୍ଧ ପରେ ଭାରତୀୟ ଗହମର ଚାହିଦା ବୃଦ୍ଧି, ଲାଭବାନ ହେବେ ଭାରତର ଚାଷୀ

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ କେବଳ ୟୁରୋପ ନୁହେଁ ସମଗ୍ର ବିଶ୍ବ ପାଇଁ ଏକ ଦୁର୍ଭାଗ୍ୟଜନକ ଘଟଣା । ଏହି ଯୁଦ୍ଧ ଯେତେଶୀଘ୍ର ଶେଷ ହେବ ତାହା ମାନବ ଜାତି ପାଇଁ ସେତେ ଶୁଭଙ୍କର ହେବ । ତେବେ ଭାରତୀୟ ଚାଷୀଙ୍କ ପାଇଁ ଏହି ଯୁଦ୍ଧ ଲାଭଜନକ ସାବ୍ୟସ୍ତ ହେବାକୁ ଯାଉଛି ।
ବିଶ୍ବରେ ରୁଷିଆ ଓ ୟୁକ୍ରେନ ପ୍ରମୁଖ ଗହମ ରପ୍ତାନିକାରୀ ଦେଶ ଭାବେ ଜଣାଶୁଣା । ଏହା ସହିତ ପୂର୍ବ ୟୁରୋପର କେତେକ ଦେଶ ବି ଗହମ ରପ୍ତାନି କରନ୍ତି । ଏସବୁ ରପ୍ତାନି କାରବାର କୃଷ୍ଣ ସାଗର ମଧ୍ୟ ଦେଇ ହୋଇଥାଏ । କିନ୍ତୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ କୃଷ୍ଣ ସାଗରରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ଅନୁମତି ଦିଆଯାଉନାହିଁ । ଫଳରେ ଗହମ ରପ୍ତାନି ଗୁରୁତରଭାବେ ପ୍ରଭାବିତ ହୋଇଛି ।
ଏହା ଫଳରେ ଗହମ ଆମଦାନୀକାରୀ ଦେଶମାନେ ଭାରତ, ଅଷ୍ଟ୍ରେଲିଆ ପ୍ରଭୃତି ଦେଶ ସହ ଯୋଗାଯୋଗ ଆରମ୍ଭ କରିଦେଇଛନ୍ତି । ଭାରତରୁ ଗହମ କିଣିବାକୁ ଅନେକ ଦେଶ ଆଲୋଚନା ଚଳାଇଛନ୍ତି ବୋଲି ଜଣେ ରପ୍ତାନିକାରୀ କହିଛନ୍ତି ।
ଭାରତରେ ଗତ କିଛି ବର୍ଷ ହେଲା ପ୍ରଚୁର ଗହମ ଉତ୍ପାଦନ ହେଉଥିବାରୁ ଦେଶର ଭଣ୍ଡାର ଗୁଡିକରେ ପ୍ରବଳ ଗହମ ଗଚ୍ଛିତ ହୋଇ ରହିଛି । କିନ୍ତୁ ୟୁକ୍ରେନ ଯୁଦ୍ଧ ପରେ ଭାରତର ଗହମ ରପ୍ତାନି ବଢିବା ସମ୍ଭାବନା ରହିଛି । ପୁଣି ପୂର୍ବରୁ ଟନ ପିଛା ୩୦୫ ଡଲାରରେ ଗହମ ରପ୍ତାନି ହେଉଥିବାବେଳେ ଏ ବର୍ଷ ତାହା ୩୩୦ ଡଲାରକୁ ବଢିବା ସମ୍ଭାବନା ରହିଛି । ଏଣୁ ଏହା ଦ୍ବାରା ଦେଶର ଗହମ ଚାଷୀମାନେ ଲାଭବାନ ହେବାର ଆଶା ବଢିଯାଇଛି ।

nis-ad
Leave A Reply

Your email address will not be published.