ନିରାପତ୍ତା ପରିଷଦ ସ୍ଥାୟୀ ସଦସ୍ୟ ପଦରୁ ରୁଷିଆକୁ ବିତାଡ଼ିତ କରାଯିବ : ବ୍ରିଟେନ

କିବ୍ : ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷିଆକୁ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ପଦରୁ ହଟାଇବାକୁ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି । ଏହାଛଡ଼ା ଆହୁରି କେତେକ ବିକଳ୍ପ ଉପରେ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି ।
ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ଏକ ବଡ଼ ଯୁଦ୍ଧ ଅପରାଧ କରିଛି । ଏହା ଦ୍ବାରା ବିଶ୍ବ ପୁଣି ଯୁଦ୍ଧ ଘଟଘଟା ଆଡ଼କୁ ଗତି କରୁଛି । ଏଣୁ ରୁଷିଆ ବିରୋଧରେ ସବୁ ପାଶ୍ଚାତ୍ୟ ଦେଶ ଏକଜୁଟ ହେଉଛନ୍ତି । ଫ୍ରାନ୍ସ କହିଛି ଯେ ରୁଷିଆ ବିରୋଧରେ ଆହୁରି କଠୋର ଆର୍ଥିକ କଟକଣା ଲଗାଯିବ ।
ତେବେ ରୁଷିଆକୁ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟରୁ ହଟାଇବା ଏତେ ସହଜ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ନିରାପତ୍ତା ପରିଷଦରେ ଏବେ ୫ଟି ଭେଟୋ କ୍ଷମତା ସଂପନ୍ନ ସ୍ଥାୟୀ ଦେଶ ଅଛନ୍ତି –ଆମେରିକା, ରୁଷିଆ, ବ୍ରିଟେନ, ଫ୍ରାନ୍ସ ଓ ଚୀନ ।
ଜାତିସଂଘର ସମ୍ବିଧାନ ଅନୁସାରେ ଜଣେ ସ୍ଥାୟୀ ସଦସ୍ୟ ଦେଶକୁ ହଟାଇବା ପାଇଁ ଜାତିସଂଘ ସାଧାରଣ ପରିଷଦ ଓ ନିରାପତ୍ତା ପରିଷଦର ଦୁଇ-ତୃତୀୟାଂଶ ସଦସ୍ୟ ଦେଶଙ୍କ ସମର୍ଥନ ଆବଶ୍ୟକ । କିନ୍ତୁ ଦୁଇ-ତୃତୀୟାଂଶ ଦେଶ ଏଥିପାଇଁ ରାଜି ହେବା ଦରକାର । ପୁଣି ନିରାପତ୍ତା ପରିଷଦରେ ଆଉ ଏକ ସ୍ଥାୟୀ ସଦସ୍ୟ ଚୀନ ଏହାକୁ ସମର୍ଥନ କରିବା ଆବଶ୍ୟକ । ଏହାର ସମ୍ଭାବନା କମ ଲାଗୁଛି । ପୁଣି ଭାରତ ବି ରୁଷିଆ ବିପକ୍ଷରେ ଯିବା ପରି ଲାଗୁନାହିଁ ।

nis-ad
Leave A Reply

Your email address will not be published.