ପୁରୀ କେନାଲରେ କୁମ୍ଭୀର ଆତଙ୍କ

କଟକ : ପୁରୀ କେନାଲରେ କୁମ୍ଭୀର ଆତଙ୍କ । କଟକ ନୂଆଗଡ଼ ତେଲେଙ୍ଗାପେଣ୍ଠ ଅଞ୍ଚଳରେ ଏକ ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରଟିର ଲମ୍ବ ପାଖାପାଖି ୧୨ ଫୁଟ । କୁମ୍ଭୀରଟି ମୁଣ୍ଡଳୀ ବ୍ୟାରେଜ ଦେଇ ମହାନଦୀରୁ ଚାଲି ଆସିଥିବା ଅନୁମାନ କରାଯାଉଛି । ବନବିଭାଗ ପକ୍ଷରୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି ।

କୁମ୍ଭୀର ଦେହରେ ଟ୍ରାନ୍‌ସମିଟର ଖଞ୍ଜା ଯାଇଥିବା ସୂଚନା ମିଳିଛି । ସନ୍ଧ୍ୟା ସୁଦ୍ଧା କୁମ୍ଭୀରଟିକୁ ଉଦ୍ଧାର କରାଯାଇ ପାରିନଥିଲା । ନିକଟ ଅତୀତରେ କଟକ ମଧୁସୂଦନ ସେତୁ ନିକଟରୁ ଏକ ଆହତ କୁମ୍ଭୀରକୁ ଉଦ୍ଧାର କରି ପୁଣି ପାଣିରେ ଛାଡିଥିଲେ ବନ ବିଭାଗ କର୍ମଚାରୀ ।

nis-ad
Leave A Reply

Your email address will not be published.