୨୬ ମାର୍ଚ୍ଚରୁ ଆରମ୍ଭ ହେବ ଆଇପିଏଲ୍‌ ୨୦୨୨ ସିଜିନ

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଦେଶରେ କରୋନା ସଂକମ୍ରଣ ହ୍ରାସ ପାଇବାରେ ଲାଗିଛି। ଏହା ମଧ୍ୟରେ ଖୁବଶୀଘ୍ର ଆଇପିଏଲ ୨୦୨୨ ଆରମ୍ଭ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍‌ ସିଜିର ପ୍ରଥମ ମ୍ୟାଚ ୨୭ ମାର୍ଚ୍ଚରୁ ଆରମ୍ଭ ହେଉଛି। ବ୍ରଡକାଷ୍ଟ ଏବଂ ବିସିସିଆଇ ମଧ୍ୟରେ ଏବେ କଥାବାର୍ତ୍ତା ଚାଲିଛି। ଏବର୍ଷ ଆଇପିଏଲ ଟି-୨୦ ଲିଗରେ ୧୦ଟି ଟିମ୍‌ ମଇଦାନକୁ ଓହ୍ଲାଇବ।

୨୦୪ ଜଣ ଖେଳାଳିଙ୍କୁ ବିଭିନ୍ନ ଟିମରେ ସ୍ଥାନ ମିଳିଛି। ୩୩ ଖେଳାଳି ରିଟେନ ରହିଛନ୍ତି। ଅର୍ଥାତ୍‌ ଏହି ସିଜନରେ ମୋଟ ୨୩୭ ଜଣ ଖେଳାଳି ମଇଦାନକୁ ଓହ୍ଲାଇବେ।

ଖବର ମୁତାବକ, ୨୬ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଆଇପିଏଲ ସିଜିନର ପ୍ରଥମ ମ୍ୟାଚ ୨୭ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଆଉ ଏହିଦିନ ୨ଟି ମ୍ୟାଚ୍‌ ଖେଳାଯିବ। ସମସ୍ତ ଫ୍ରାଞ୍ଚାଇଜ୍‌ ୨୦ ଫେବୃଆରୀ ଭିତରେ ସିଡ୍ୟୁଲ ଜାରି କରିବାକୁ ବୋର୍ଡ କହିଥିଲା। କିନ୍ତୁ ବୋର୍ଡ ଏପର୍ଯ୍ୟନ୍ତ ଭେନ୍ୟୁ ଚୟନ କରିନାହିଁ। ସୂଚନା ଅନୁସାରେ, କରୋନା କେସ୍‌ କମ୍‌ ହେବା ପରେ ଟୁର୍ଣ୍ଣାମେଣ୍ଟର ଲିଗ୍‌ ରାଉଣ୍ଡ ମୁକାବିଲା କେବଳ ମହାରାଷ୍ଟ୍ରରେ କରାଯିବ। ତେଣୁ ମୁମ୍ବାଇ କ୍ରିକେଟ ଆସୋସିଏସନ ୪ଟି ମଇଦାନ ଓ୍ଵାଙ୍ଖେଡ, ବ୍ରିବେନ, ଡିଓ୍ଵାଇ ପାଟିଲ ଏବଂ ପୁନେ ଷ୍ଟାଡିଅମ ତାଲିକାରେ ରହିଛି। କିନ୍ତୁ ୧୦ଟି ଟିମ୍‌କୁ ଅଭ୍ୟାସ ପାଇଁ ମଇଦାନ ଉପଲବ୍ଧ କରାଇବା ବଡ ଚ୍ୟାଲେଞ୍ଜ ହୋଇପାରେ। ତେଣୁ ମୁମ୍ବାଇ କ୍ରିକେଟ ଆସୋସିଏସନ ପ୍ରସ୍ତୁତିରେ ଲାଗିପଡିଛି।

ଏହା ମଧ୍ୟରେ ବ୍ରଡକାଷ୍ଟର କମେଣ୍ଟର୍ସଙ୍କ ସହିତ ୧୯ ମାର୍ଚ୍ଚରୁ ୭ ଜୁନ୍‌ ପର୍ଯ୍ୟନ୍ତ ପ୍ରସ୍ତୁତ କରିବାକୁ କହିଛନ୍ତି। ଗତ ଆଇପିଏଲ ୨୦୨୧ ସିଜିନ କରୋନା ଯୋଗୁଁ ପ୍ରଭାବିତ ହୋଥିଲା। ପ୍ରଥମ ପର୍ଯ୍ୟାୟ ମ୍ୟାଚ ଭାରତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ୟୁଏଇରେ ହୋଇଥିଲା। ସେହିପରି ୨୦୨୦ ଆଇପିଏଲର ଆୟୋଜନ ୟୁଏଇରେ ହୋଇଥିଲା।

nis-ad
Leave A Reply

Your email address will not be published.