ସୋନୁ ସୁଦଙ୍କ ବିରୋଧରେ ମାମଲା ରୁଜୁ

ଚଣ୍ଡିଗଡ଼,: ସବୁବେଳେ ମହତ୍‌ କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ରାଜନୈତିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ ବିରୋଧରେ ପଞ୍ଜାବର ମୋଗାରେ ଏକ ମାମଲା ରୁଜୁ ହୋଇଛି। ସୋନୁ ସୁଦ ତାଙ୍କ ଭଉଣୀ ମାଲଭିକା ସୁଦଙ୍କ ସପକ୍ଷରେ ଭୋଟରଙ୍କୁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଲଭିକା ସୁଦ ମୋଗା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ରହିଛନ୍ତି। ଏଥିପାଇଁ ସୋନୁ ପ୍ରାୟ ୧ମାସ ଧରି ଉକ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ଅଛନ୍ତି। କାଳେ ସୋନୁ ଭୋଟରଙ୍କୁ ପ୍ରବର୍ତ୍ତାଇ ନିଜ ଭଉଣୀଙ୍କ ସପକ୍ଷରେ ଭୋଟ ହାତେଇନେବେ ସେହି ଭୟରେ ଅନ୍ୟ ରାଜନୈତିକ ଦଳର ନଜର ନେଇ ତାଙ୍କ ଉପରେ ରହିଥିଲା। ଏହିକ୍ରମରେ ଯେତେବେଳେ ସୋନୁ ମୋଗା ଗାଁର ଲଣ୍ଢେକେ ଗାଁରେ ବୁଥ୍‌ ନମ୍ବର ୨୦୫ରେ ପହଞ୍ଚିଲେ, ସେତେେବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କ ସହ ସେଲ୍‌ଫି ନେବାକୁ ଆରମ୍ଭ କରିଥିଲେ।

nis-ad
Leave A Reply

Your email address will not be published.