ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ, ସକାଳ ୧୧ଟା ସୁଦ୍ଧା ୩୬ ପ୍ରତିଶତ ମତଦାନ

ଭୁବନେଶ୍ବର: ଆଜି ସକାଳୁ ରାଜ୍ୟର ୨୭ ଟି ଜିଲ୍ଲାରେ ଚାଲିଛି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ସକାଳ ୧୧ଟା ସୁଦ୍ଧା ୩୬ ପ୍ରତିଶତ ମତଦାନ ହୋଇଛି।

ଆଜି ୧୬୩ ଟି ଜିଲ୍ଲା ପରିଷଦ ପଦବୀ ପାଇଁ ଏହି ନିର୍ବାଚନ ହେଉଛି। ଏଥିସହିତ ୧ ହଜାର ୨୫୪ ଟି ପଞ୍ଚାୟତରେ ଭୋଟିଂ ଚାଲିଛି। ଏଥିପାଇଁ ୧୭ ହଜାର ୮୯ ଟି ବୁଥ କରାଯାଇଛି।

nis-ad
Leave A Reply

Your email address will not be published.