ରାଜ୍ୟରେ ଆଉ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୩୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୯୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୫ ଜଣ, ବାଲେଶ୍ୱରରୁ ୫ ଜଣ, ବରଗଡ଼ରୁ ୫ ଜଣ, ବଲାଙ୍ଗୀରରୁ ୧ ଜଣ, ବୌଦ୍ଧ ଜିଲ୍ଲାରୁ ୧, କଟକରୁ ୨୭ ଜଣ, ଦେବଗଡ଼ରୁ ୧୬ ଜଣ, ଢେଙ୍କାନାଳରୁ ୩ ଜଣ, ଗଜପତିରୁ ୨୮, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୪ ଜଣ, ଯାଜପୁରରୁ ୧୬ ଜଣ, ଝାରସୁଗୁଡ଼ାରୁ ୧୫ ଜଣ, କଳାହାଣ୍ଡିରୁ ୩ ଜଣ, କନ୍ଧମାଳରୁ ୯ ଜଣ, କେନ୍ଦ୍ରାପଡ଼ାରୁ ୩୫ ଜଣ, କେଉଁଝରରୁ ୯ ଜଣ, ଖୋର୍ଦ୍ଧାରୁ ୪୬ ଜଣ, କୋରାପୁଟରୁ ୧୯ ଜଣ, ମାଲକାନଗିରିରୁ ୩ ଜଣ, ମୟୁରଭଞ୍ଜରୁ ୧୧ ଜଣ, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୭ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୨ ଜଣ, ରାୟଗଡ଼ାରୁ ୧୩ ଜଣ, ସମ୍ୱଲପୁରରୁ ୧୪ ଜଣ, ସୋନପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୯୬ ଜଣ ଓ ଷ୍ଟେଟ ପୁଲରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ତେବେ ଆଜି ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁସଂଖ୍ୟା ୯,୦୩୬କୁ ବୃଦ୍ଧି ପାଇଛି। ଆଜି ସୁନ୍ଦରଗଡ ଜିଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରୁ ୨, ଖୋର୍ଦ୍ଧାରୁ ଓ କେନ୍ଦୁଝରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

nis-ad
Leave A Reply

Your email address will not be published.