ନିର୍ବାଚନ କମିଶନ, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ କଡ଼ା ସମାଲୋଚନା କଲେ ସୁରେଶ ରାଉତରାୟ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ଚାଲିଥିବା ହିଂସା ଓ ବୁଥ୍ ରିଗିଗିଂକୁ ନେଇ ନିର୍ବାଚନ କମିଶନ, ମୁଖ୍ୟ ଶାସନ ସଚିବ, ପୋଲିସ ଡ଼ିଜିଙ୍କୁ କଡା ସମାଲୋଚନା କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବିଂଝାରପୁରଠୁ ନେଇ ରାଜନଗର ପର୍ଯ୍ୟନ୍ତ ସବୁଠି ବିଜେଡି ଲୋକେ ସାମ୍ବାଦିକ କି ନିର୍ବାଚନ ଅଧିକାରୀ କାହାକୁ ଛାଡୁନାହାନ୍ତି ।

ସାମ୍ବାଦିକଙ୍କୁ ମାଡ଼ ହେଉଛି, ପୋଲିସଠୁ ଲାଠି ଛଡେଇ କି ପୋଲିସକୁ ବାଡ଼ଉଛନ୍ତି, ପ୍ରିଜାଇଡିଂ ଅଫିସରଙ୍କୁ ଘରେ ପୁରେଇ ମାରୁଛନ୍ତି । ଏପରି ହୋଇଛି ଯେଉଁ ଗାଁରେ ଯିଏ ପାଇଲା ବାକ୍ସକୁ ଛଡେଇ ନେଇଛି । ନିର୍ବାଚନ କମିଶନ କେବଳ ନାଁ ମାତ୍ର ଅବାଧ ନିର୍ବାଚନ କଥା କହୁଛନ୍ତି । ପ୍ରଥମ ପର୍ଯ୍ୟାୟ ପରେ ନିର୍ବାଚନ କମିଶନ ଓ ଡ଼ିଜି କହିଲେ କଡାକଡି ହେବ କାହିଁ କେଉଁଠି କଡାକଡି ହେଲା । କଡାକଡି ନ ହେଲେ ନିର୍ବାଚନ ପରେ ବିରାଟ ଆନ୍ଦୋଳନ ହେବ । ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ।

ସାମ୍ବାଦିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିଲେ ବି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନି । ଗୋଟିଏ ଦୁଇଟି ଲୋକଙ୍କୁ ଉଠେଇ ପଠେଇ ଦେଉଛନ୍ତି ଦୁଇ ଦିନ ପରେ ବେଲ୍ । ଗୋଟିଏ ସାମ୍ବାଦିକ ଜୀବନ କଣ ଏଇଆ କ୍ରିମିନାଲ ବାଡ଼େଇବ । କେସ୍ ନାହିଁ ଦୁଇ ଦିନ ପରେ ବେଲରେ ଆସି ସେ ବାହାରେ ବୁଲୁଛି । କ୍ରିମିନାଲର ସାହସ ହେଉଛି କେମିତି । ସାମ୍ବାଦିକର ସମ୍ମାନ ରଖନ୍ତୁ ମୁଖ୍ୟମନ୍ତ୍ରୀ ଏ ରାଜ୍ୟର ମର୍ଯ୍ୟାଦା ବଢ଼ିବ । ରାଜ୍ୟ ଆହୁରି ବିକାଶ କରିବ । ସାମ୍ବାଦିକମାନଙ୍କୁ ଯଦି ସୁରକ୍ଷା ନ ଦିଆଯାଏ ତେବେ ଆମେ ନିର୍ବାଚନ ପରେ ବିରାଟ ଆନ୍ଦୋଳନ କରିବୁ କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

nis-ad
Leave A Reply

Your email address will not be published.