ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ଅଭିଯୁକ୍ତକୁ ପୋଲିସ ଠୁ ଛଡ଼ାଇ ନେଲେ ସମର୍ଥକ

ବାଲେଶ୍ଵର: ନୀଳଗିରି ଅଞ୍ଚଳରେ ପ୍ରଚାର ବେଳେ ଫଟୋ ଉଠାକୁ କେନ୍ଦ୍ରକରି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଆଣୁଥିବା ବେଳେ ପୋଲିସ ପାଖରୁ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଛଡ଼ାଇ ନେଇଛନ୍ତି । ରବିବାର ସନ୍ଧ୍ୟାରେ ନୀଳଗିରି ନିର୍ବାଚନ ମଣ୍ଡଳୀ ଜୋନ୍‌ ନମ୍ବର- ୨ରେ କାନପୁରରେ ନିୟମ ଉଲ୍ଲଂଘନ କରି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପ୍ରଚାର କରୁଥିଲେ ।ପୁଣି ସାମ୍ବାଦିକଙ୍କୁ ଆକ୍ରମଣ: ଗିରଫ ଅଭିଯୁକ୍ତଙ୍କୁ ପୋଲିସଠୁ ଛଡ଼ାଇ ନେଲେ ସମର୍ଥକ

ଏହି ସମୟରେ ଫଟୋ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ପ୍ରାର୍ଥୀ ଓ ସମର୍ଥକ ମିଳିତ ଭାବରେ ଆକ୍ରମଣ କରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ସାମ୍ବାଦିକ ଜଣକ ନୀଳଗିରି ଥାନାରେ ଏହାକୁ ନେଇ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତେବେ ଏହି ସମୟରେ କିଛି କର୍ମୀ ପହଞ୍ଚି ପୋଲିସ ନିକଟରୁ ଦୁଇ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଥିବା ଜଣା ପଡ଼ିଛି ।

ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀମାନେ ପୋଲିସ ଗାଡ଼ି ଅଟକାଇ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଛନ୍ତି । ଅନ୍ୟପଟେ ସାମ୍ବାଦିକ ଜଣକ ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରୁଥିବା ରାଜନୈତିକ ଦଳର କର୍ମୀ ଅଭିଯୋଗ କରିଛନ୍ତି । ତାଙ୍କ ପ୍ରାର୍ଥୀ ହାରିବା ଭୟରେ ସେ ମିଥ୍ୟା ମାମଲା ରୁଜୁ କରିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

nis-ad
Leave A Reply

Your email address will not be published.