୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ୍ । ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ନୟାପଲ୍ଲୀ ଥାନା ପୋଲିସ ସୋମବାର ଗିରଫ କରିଛି । ଏହି ୭ ଜଣ ଲୁଟେରାଙ୍କ ମଧ୍ୟରୁ ୪ ଦଣ ଲୁଟେରା ରହିଛନ୍ତି ।

ସେହିପରି ଜଣେ ଲୁଟ ବେଳେ ସହଯୋଗ କରୁଥିଲା, ଅନ୍ୟ ଜଣେ ମୋବାଇଲ ଲକ୍ ଭାଙ୍ଗୁଥିଲା ଏବଂ ଅନ୍ୟ ଜଣେ ଓୟୋ ହୋଟେଲର ମ୍ୟାନେଜର ରହିଛି ।ଲୁଟେରାଙ୍କ ଗ୍ୟାଙ୍ଗରୁ ୨୧ଟି ମୋବାଇଲ, ଗୋଟିଏ ରକ୍ତ ଲଗା ଖଣ୍ଡା, ସୁନା ମୁଦି ଓ ଟଙ୍କା ପୋଲିସ ଜବତ କରିଛି ।

ତେବେ ଏହି ଗ୍ୟାଙ୍ଗ ମୁଖ୍ୟତଃ ରାତିରେ ଯାଉଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ । ନିକଟରେ ଜଣେ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା । ତେବେ ଆକ୍ରମଣକାରୀମାନେ ଏହି ଲୁଟେରା ଗ୍ୟାଙ୍ଗର ବୋଲି ଜଣାପଡିଛି । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ୧୮ଟି ଲୁଟ୍ ମାମଲା ରହିଛି ।

nis-ad
Leave A Reply

Your email address will not be published.