ବୁଥ୍ ମୁହାଁ ପୋଲିଂ ଅଧିକାରୀ, ୨୨ରେ ଭୋଟ,୭୫ ଟି ସମ୍ବେଦନଶୀଳ ୩୦ ଅତି ସମ୍ବେଦନଶୀଳ ବୁଥ୍

କୋରାପୁଟ : ଆସନ୍ତା ୨୨ ତାରିଖରେ ନାରାୟଣପାଟଣା ବ୍ଲକ ରେ ହେବ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ।ଗୋଟିଏ ମାତ୍ର ଜିଲ୍ଲାପରିଷଦ ଆସନ ପାଇଁ ଏଠି ଭୋଟ ହେବାକୁ ଥିବା ବେଳେ ୯ଟି ପଂଚାୟତ ରେ ସମିତି ସଭ୍ୟ, ସରପଂଚ ଏବଂ ୧୦୫ ଟି ୱାର୍ଡ ରେ ସଭ୍ୟ ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏଥିପାଇଁ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।ଆଜିଠାରୁ ୬୦ ପ୍ରତିଶତ ପୋଲିଂ ପାର୍ଟି ବୁଥ୍ ମୁହାଁ ହୋଇସାରିଛନ୍ତି। ପୋଲିଂ ପାର୍ଟି ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ବେଳେ ବାଲାଟ୍ ବକ୍ସ, ପୋଲିଂ ସରଜାମ ସହ ଗାଡି ଧରି ବୁଥ୍ ମୁହାଁ ହୋଇଛନ୍ତି ।ଏଥି ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବନ୍ଧୁଗାଁ ଥାନା ଅଧିକାରୀ, ନାରାୟଣପାଟଣା ଥାନା ଅଧିକାରୀ, ଅତିରିକ୍ତ ଏସ୍ ପି, ଲଖ୍ମୀପୁର ଏସ୍ ଡି ପି ଓ ଙ୍କୁ ସୁରକ୍ଷା ଦାୟିତ୍ବ ରେ ରହିଛନ୍ତି ।ବ୍ଲକର ୧୦୫ ଟି ବୁଥ୍ ରୁ ୭୫ ଟି ସମ୍ବେଦନଶୀଳ ବୁଥ୍ ହୋଇଥିବା ବେଳେ ୩୦ ଟି ଅତି ସମ୍ବେଦନଶୀଳ ବୁଥ୍ ଚୟନ ହୋଇଥିବା ପୋଲିସ ତରଫରୁ ସୁଚନା ମିଳିଛି । ଅତି ସମ୍ବେଦନଶୀଳ ବୁଥ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିର୍ବାଚନ ହେବ ବୋଲି ସୁଚନା ମିଳିଛି ।ସ୍ଥାନୀୟ ବିଏସ୍ଏଫ୍,ଡିଭିଏଫ୍ ଜବାନ ସୁରକ୍ଷା ରେ ନିୟୋଜନ କରାଯାଇଥିବା ଥାନା ଅଧିକାରୀ ରଘୁନାଥ ମାଝି ସୁଚନା ଦେଇଛନ୍ତି ।୨୨ ତାରିଖ ଦିନ ନିର୍ବାଚନ ହେବାକୁ ଥିବାବେଳେ ପ୍ରଚାର ସନ୍ଧ୍ୟା ରେ ବନ୍ଦ ହୋଇଯାଇଛି ।

ରାତି ରେ ପ୍ରାର୍ଥୀ ଭୋଟରଙ୍କୁ ମନ ଜିଣିବା ପାଇଁ ଗାଁ ଗାଁ ରେ କର୍ମୀ ଙ୍କୁ ଧରି ନିଜପକ୍ଷରେ ଭୋଟ ଦେବାକୁ ଅନୁରୋଧ କରୁଥିବାର ଦେଖିବାକୁ ମିଳୁଛି। ନାରାୟଣପାଟଣା ବ୍ଲକ ରେ ୩୦୩୭୬ଜଣ ଭୋଟର ଚଳିତ ନିର୍ବାଚନ ରେ ଭାଗ ନେବାକୁ ଥିବା ବେଳେ ୧୪୧୩୪ ପୁରୁଷ ଭୋଟର ଥିବା ବେଳେ ୧୬୨୩୫ ମହିଳା ଭୋଟର ନିର୍ବାଚନ ରେ ନିଜ ମତ ସାବ୍ୟସ୍ତ କରିବେ । ବ୍ଲକ୍ ରେ ୪ ଜିଲ୍ଲା ପରିଷଦ ସଭ୍ୟ ୪୪ ସରପଂଚ,୩୨ ସମିତି ସଭ୍ୟ ,୧୨୭ ଜଣ ୱାର୍ଡ ସଭ୍ୟ ସର୍ବମୋଟ ୨ ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।ଆସନ୍ତା ୨୨ ରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ହେବ ବୋଲି ବ୍ଲକ ନିର୍ବାଚନ ଅଧିକାରୀ ଆଶା ରଖିଛନ୍ତି ।

nis-ad
Leave A Reply

Your email address will not be published.