ନାରାୟଣପାଟଣାରେ ଗଡ଼ ରଖିବାକୁ ସଙ୍ଘର୍ଷ କରୁଛି ବିଜେଡି

କୋରାପୁଟ : ରାତି ପାଇଲେ ନାରାୟଣପାଟଣା ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ର ନିର୍ବାଚନ । ଗୋଟିଏ ମାତ୍ର ଜିଲ୍ଲାପରିଷଦ ଆସନ ପାଇଁ ହେବ ଲଢେଇ । ସମୟ ଯେତିକି ପାଖେଇ ଆସୁଛି ନାରାୟଣପାଟଣା ବ୍ଲକ ରେ ଏକ ମାତ୍ର ଜିଲ୍ଲା ପରିଷଦ ସଭ୍ୟ ପାଇଁ ତିନି ପ୍ରମୁଖ ଦଳର କସରତ କରିବା ଆରମ୍ଭ କରିଦେଇଛନ୍ତି ।ଏଥର ତିନି ଦଳ ସହ ସ୍ଵାଧୀନ ପ୍ରାର୍ଥୀ ବି ପ୍ରଚାର କୁ ଜୋରଦାର କରିଛି । ହାଟ ,ବାଟ , ଗାଁ ଗହଳି ,ସାହି ଛକ ରେ ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ ନିଜ ନିଜ ପୋଷ୍ଟ ମାରିବା ସହ ଭୋଟ ହାତେଇବାକୁ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି । ପ୍ରଚାର ଶେଷ ହୋଇସାରିଛି, ରାତିରେ ଭୋଟର ଙ୍କ ମନ ଜିଣିବା ପାଇଁ ଘରେ ଘରେ ପ୍ରାର୍ଥୀ ।କିଛି ଘଣ୍ଟା ବାକି ରହିଥିବା ବେଳେ କିଏ ହାତେଇବ ନାରାୟଣପାଟଣା ରେ ଜିଲ୍ଲା ପରିଷଦ ତାକୁ ନେଇ ରାସ୍ତାଘାଟ ଚା ଦୋକାନ ଟିଫିନ୍ ଦୋକାନ ମନ୍ଦିର ବାରଣ୍ଡା ରେ ଖଟି ଆଲୋଚନା ଜୋରଦାର ହେଉଛି ।ଗୋଟିଏ ମାତ୍ର ଜିଲ୍ଲା ପରିଷଦ ଆସନ ପାଇଁ ନାରାୟଣପାଟଣା ରେ ୨୨ ରେ ମତଦାନ ହେବ ।ବିଜେଡି ଦଳ ତରଫରୁ ତିମୁଲି ମାଣ୍ଡିଙ୍ଗି ଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଦଳର ଗୋଷ୍ଠି କନ୍ଦଳ ପ୍ରାର୍ଥି ପାଇଁ କଣ୍ଟା ସାଜିଛି ।ଗୋଟିଏ ଗୋଷ୍ଠୀ ପ୍ରାର୍ଥୀ ଙ୍କୁ ସହଯୋଗ କରୁଥିବା ବେଳେ ଅନ୍ୟ ଏକ ନୁତନ ଗୋଷ୍ଠୀ ଖାଲି ଦେଖାଣିଆ ପାଇଁ ପ୍ରଚାରରେ ବୁଲୁଛନ୍ତି ।ଦୁଇ ଗୋଷ୍ଠୀ ଙ୍କୁ ଏକ କରି ସାଙ୍ଗରେ ନେଇ ପ୍ରାର୍ଥୀ ପ୍ରଚାର କରୁଥିବା ର ଦେଖିବାକୁ ମିଳୁଛି ।

ବ୍ଲକ ର ଆଗଧାଡିର କିଛି କର୍ମୀ ଙ୍କୁ ଗାଁ ଗାଁ ରେ ବିରୋଧ କରୁଥିବାରୁ ଖବର ହାଇକମାଣ୍ଡ ଙ୍କ ନିକଟରେ ପହଂଚିବା ପରେ ଦଳରେ ଚିନ୍ତା ର କାରଣ ସାଜିଛି । ସେମାନଙ୍କ ମଧ୍ୟରେ ବ୍ଲକ ସଭାପତି ,ଜିଲ୍ଲା ପରିଷଦ ସଭ୍ୟ ,ଜୋନାଲ କମିଟି ଚେୟାରମେନ,ପଂଚାୟତ ପର୍ଯ୍ୟବେକ୍ଷକ ପରି ଆଗଧାଡିର ନେତା ଙ୍କ ଗତ ଚାରିବର୍ଷ ର କାର୍ଯ୍ୟକଳାପ କୁ ବ୍ଲକ ବାସୀ ପସନ୍ଦ କରୁନଥିବା ଖବର ଦଳର ହାଇକମାଣ୍ଡ ଙ୍କ ପାଖରେ ପହଞ୍ଚିବା ପରେ ତିନି ପର୍ଯ୍ୟବେକ୍ଷକ ଙ୍କୁ ନାରାୟଣପାଟଣା ନିର୍ବାଚନ ଦାଇତ୍ୱ ଦେଇଛି ଦଳ । ଦଳର ସ୍ଥିତି ସମ୍ପୁର୍ଣ୍ଣ ଖରାପ । ଗାଁ ଗାଁ ରେ ପ୍ରଚାର କୁ ପ୍ରାର୍ଥୀ ଯିବା ବେଳେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ‌। ଏଥିପାଇଁ ବ୍ଲକ ର ଆଗଧାଡିର ନେତା ଙ୍କୁ ଗାଁ ମୁହା ଯିବାକୁ ବାରଣ କରିଛି ।କିଏ କିଏ ପ୍ରାର୍ଥୀ ସହ ପ୍ରଚାରକୁ ଯିବେ କିଏ ନଯିବେ,କୋଉ ଗାଁ ରେ‌ ସମର୍ଥନ ମିଳୁଛି ,କୋଉଠି ମିଳୁନି ,କଣ ଭୁଲ୍ ରହିଛି,ଦଳରେ କାହାର ସମର୍ଥନ ରହୁଛି ,କାହାର ରହୁନି ,କିଏ ଦଳ ପାଇଁ କାମ କରୁଛି ,ଦଳରେ ରହି କିଏ ବିଶ୍ବାସଘାତ କରୁଛି ଏମିତି ଟିକିନିଖି ଖବର ସଙ୍ଗ୍ରହ କରିବାରେ ଲାଗିଛନ୍ତି ପର୍ଯ୍ୟବେକ୍ଷକ।ଦଳରେ ରହି ଦଳବିରୋଧୀ କାମ ବି କିଛି କର୍ମୀ କରୁଥିବାରୁ ପର୍ଯ୍ୟବେକ୍ଷକ ଙ୍କ ଚିନ୍ତା ଦିଗୁଣ କରିଦେଇଛି ।ସମୟ ବହୁତ କମ୍ ଥିବାରୁ ସମସ୍ତେ ଏକ ହୋଇ କାମ କରୁଥିବାରୁ ନାଟକ ଦେଖିବାକୁ ମିଳୁଥିବା ବେଳେ ଭିତରେ କିନ୍ତୁ ଅଲଗା ।ଯାହା କି ପ୍ରାର୍ଥୀ ଏବଂ ପର୍ଯ୍ୟବେକ୍ଷକ ଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।ଏହାର ଫାଇଦା ଅନ୍ୟ ଦଳ ସ୍ବାଧୀନ ପ୍ରାର୍ଥୀ ପାଇଁ ବେଶ ଲାଭ ହେଉଥିବା ଆଲୋଚନା ହେଉଛି । ନାରାୟଣପାଟଣା ବ୍ଲକ କଙ୍ଗ୍ରେସ ର ଗଡ଼ କୁହାଯାଉଥିବା ବେଳେ ୨୦୧୭ ନିର୍ବାଚନ ରେ ବିଜେଡି ୩୬ ଟି ଭୋଟ ରେ ବିଜୟ କରି ଇତିହାସ ରଚିଥିଲା ।ଅବଶ୍ୟ ଗତ ୫ ବର୍ଷ ମଧ୍ୟରେ ନାରାୟଣପାଟଣା ବ୍ଲକ ରାଜନିତି ରେ ବହୁତ କିଛି ପରିବର୍ତହୋଇଛି ।ଅନ୍ୟପଟେ କଙ୍ଗ୍ରେସ ପୁର୍ବତନ ଜିଲ୍ଲାପରିଷଦ ସେତୁ ମାଣ୍ଡିଙ୍ଗି ଙ୍କ ବୋହୁ ରାମ୍ବୋ ଶିରିକା ଙ୍କୁ ପ୍ରାର୍ଥୀ ଭାବେ ଠିଆ କରି ଶାସକ ଦଳର ଦୁର୍ନୀତି ବିଷୟରେ ଗାଁ ଗାଁ ରେ ପ୍ରଚାର କରି ଭୋଟ ହାତେଇବାକୁ ଲାଗିପଡିଛନ୍ତି ।ସେପଟେ ବିଜେପି ଜଣେ ଶିକ୍ଷକ ଙ୍କ ଝିଅ ମୀନାକ୍ଷୀ ତାଡିଙ୍ଗି ଙ୍କୁ ପ୍ରାର୍ଥୀ କରି ମୋଦୀ ଙ୍କ ବିକାଶ ମୂଳକ ଯୋଜନା ଭୋଟର ଙ୍କ ପାଖରେ ପହଞ୍ଚାଇ ଭୋଟ ଦେବାକୁ ଅନୁରୋଧ କରୁଥିବା ବେଳେ ଜେଲ୍ ରୁ ଫେରି ଚାଷୀ ମୁଲିଆ ଆଦିବାସୀ ସଂଘ ର ନେତା ନାଚିକା ଲିଙ୍ଗା ସ୍ବାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇ ଲଢି ଆଦିବାସୀ ଙ୍କ ବିକାଶ କରିବା ନାରା ରେ ଭୋଟର ଙ୍କ ନିକଟରେ ନିଜ ସମର୍ଥକ ଙ୍କ ସ‌ହ ପହଂଚି ଭଲ ସ୍ଥିତି ରେ ଥିବା ଖଟି ରେ ଆଲୋଚନା ହେଉଛି ।ନାଚିକା ଙ୍କ ସ୍ବାଧୀନ ପ୍ରାର୍ଥୀ ହେବା ଶାସକ ଦଳ ପାଇଁ ଚିନ୍ତା ର କାରଣ ହୋଇଥିବା ବେଳେ କିଏ ଏଥର ବିଜୟ ହେବ ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି ।ବିଜେଡି ଗଡ଼ ରକ୍ଷା କରିପାରିବ ,ନା କଙ୍ଗ୍ରେସ ଫେରିବ ,ବିଜେପି ଖାତା ଖୋଲି ଇତିହାସ ରଚିବ କି ନାଚିକା ଲିଙ୍ଗା ଙ୍କୁ ଭୋଟର ସମର୍ଥନ କରିବେ ଏହା ଦେଖିବା ପାଇଁ ୨୨ ଫେବୃଆରୀ ର ଜନମତ କୁ ଅପେକ୍ଷା ।

nis-ad
Leave A Reply

Your email address will not be published.