ଫୁଲବାଣୀ ସହରରେ ଘରଡିହ ସ୍ଥାୟୀ ପଟ୍ଟାପ୍ରଦାନ ପାଇଁ ଜମିଜମା ସତ୍ତ୍ବ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଆନ୍ଦୋଳନ ପାଇଁ ପ୍ରସ୍ତୁତି

ଫୁଲବାଣୀ;-ଦେଶ ସ୍ୱାଧିନ ହେବାର ୭୫ବର୍ଷ ପରେ ଫୁଲବାଣୀ ସହରର ଅଧିକାଂଶ ଲୋକ ପଟା ଜମି ଅଭାବରୁ ଅନାବାଦୀ ଜମିରେ ଘରକରି ବସବାସ କରି ଆସୁଛନ୍ତି।୩୦ବର୍ଷ ରୁ ଅଧିକ ସମୟ ନିରବଛିନ୍ନ ଗୋଟାଏ ଜାଗାରେ ଘର କରି ରହି ଆସୁଥିଲେ ସେହି ଜମିର ସ୍ଥାୟୀ ଘରଡିହ ପଟା ପ୍ରଦାନ କରିବାକୁ ସରକାରୀ ନିୟମ ରହିଛି।ହେଲେ ଘରୋଇ ପଟାଜମି ଅଭାବରୁ ୫୦/୬୦ବର୍ଷରୁ ଅଧିକ ସଯୟ ଧରି ଅନାବାଦୀ ଜମିରେ ଘରକରି ଆସୁଥିବା ବେଳେ ମଧ୍ୟ ଜିଲାପ୍ରଶାସନ ପକ୍ଷରୁ ସ୍ଥାୟୀ ପଟାପ୍ରଦାନ ପାଇଁ କୌଣସି ବ୍ୟବସ୍ଥାଗ୍ରହଣ କରାଯାଉନାହିଁ।ଗଞ୍ଜାମ ଭଳି ଅନ୍ୟ ଜିଲାରେ ବିଭିନ୍ନ ଯୋଜନାରେ ଲକ୍ଷାଧିକ ଲୋକଙ୍କୁ ସ୍ଥାୟୀ ପଟା ପ୍ରଦାନ କରାଯାଇଥିବା ବେଳେ, କନ୍ଧମାଳ ପାଇଁ କୌଣସି ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରି ପଟାପ୍ରଦାନ ପାଇଁ ପଦକ୍ଷେପ ନିଆଯାଉନାହିଁ। ଜିଲାର ଜନ ପ୍ରତିନିଧି ମାନଙ୍କ ଇଛାଶକ୍ତିର ଅଭାବ ଏବଂ ଆମ ଜନସାଧାରଣ ଙ୍କ ନୀରବତା ଓ ନିଷ୍କ୍ରିୟତା ଯୋଗୁଁ ଆମର ଦାବୀକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯାଇ ପାରୁନାହିଁ। ତେଣୁ ଆଉ କେତେ ଦିନ ଆଶା ଓ ଆଶଙ୍କାରେ ଚୁପ ହୋଇ ବସିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।ଆସନ୍ତା ଫେବୃଆରୀ ୨୨ତାରିଖ ଦିନ ୧୦ଟା ସମୟରେ ସହରର ମୌଳିକ ଆବଶ୍ୟକତା ପୂରଣ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ କରି ଆଗାମୀ ପୌର ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି।

nis-ad
Leave A Reply

Your email address will not be published.