ଖଲ୍ଲିକୋଟ ବ୍ଲକ : ୩୭୨ ବୁଥରେ ନିର୍ବାଚନ, ୪୦ ବୁଥ ସମ୍ବେଦନଶୀଳ ଗୋଟିଏ ଗୋଲାପୀ ବୁଥ

ଖଲ୍ଲିକୋଟ : ଆଗାମୀ ୨୨ ତାରିଖରେ ଖଲ୍ଲିକୋଟ ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମ୍ପାଦନ ପାଇଁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ୩୭୨ ବୁଥ ରେ ନିର୍ବାଚନ ପାଇଁ ପକ୍ରିୟା ଆରମ୍ଭ ହୋଇଛି l ସେହିପରି ବ୍ଲକ ୪୦ ଗୋଟି ସମ୍ବେଦନଶୀଳ ବୁଥ ରେ ଆଜିଠାରୁ ପୋଲିସ ପହଁରା ଆରମ୍ଭ କରାଯାଇଛି l ସେହିପରି ବ୍ଲକ ରେ ଏକ ଗୋଲାପୀ ବୁଥ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି l ପ୍ରତି ବୁଥକୁ ପୋଲିଂ କର୍ମଚାରୀ ମାନଙ୍କୁ ପଠାଇବା ପାଇଁ ଖଲ୍ଲିକୋଟ ଆର ସି ଏମ କଲେଜ ରେ ଏକ ବିତରଣ କେନ୍ଦ୍ର ର ଆୟୋଜନ କରାଯାଇଛି l ସେହିପରି ବ୍ଲକ ର ବିକ୍ରମପୁର ,ତୁଳସୀପୁର ,ବାଣିଆ ,ତାଳପଡା ,ଖୋଜାପଲ୍ଲୀ ,କେଶପୁର ,ଲଙ୍ଗଳେଶ୍ୱର ଆଇଟିପୁର ,କିରାସ ପଭୂତି ପଂଚାୟତ ରେ ନିର୍ବାଚନ ସମୟରେ ଭୋଟର ଙ୍କ ଗତି ବିଧି ଓ ଆଇନ ଶୃଙ୍ଖଳା ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଥିବା ବେଳେ ପୋଲିସ ତେନ୍ତୁଳିଆ ପଲ୍ଲୀ ଠାରେ ଗଣ୍ଡଗୋଳ ଆଶଙ୍କା କୁ ଆଖି ଆଗରେ ରଖି ଓ ଏସ ଏ ପି ପୋଲିସ ରାତ୍ରିକାଳୀନ ପହଁରା ଦେଉଥିବା ଜଣାପଡିଛି l ସବୁଠାରୁ ବିକ୍ରମପୁର ,କେଶପୁର ଓ ତୁଳସୀପୁର ପଂଚାୟତ ଉପରେ ପୋଲିସ ସତର୍କ ଦୃଷ୍ଟି ରଖି ଥିବା ବେଳେ ଆବଶ୍ୟକ ସ୍ଥଳେ କିଛି ବୁଥ ରେ ସି ସି କେମେରା ଲଗାଯାଇପାରେ ବୋଲି ଏ ସୂତ୍ର ରୁ ସୂଚନା ମିଳିଛି l

nis-ad
Leave A Reply

Your email address will not be published.