ଚିକିଟି ବ୍ଲକ ରେ ୬୫.୩୬ ଶତକଡା ମତଦାନ

ଚିକିଟି : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଚିକିଟି ବ୍ଲକ ରେ ପରିସମାପ୍ତି ଘଟି ୬୫.୩୬ ଶତକଡ଼ା ମତଦାନ ହୋଇଛି। ଚଳିତ ଥର ଭୋଟରଙ୍କ ମଧ୍ୟରେ ଭୋଟ ଦେବା ପାଇଁ ଉତ୍ସାହ ପରିଲକ୍ଷିତ ହୋଇଥିଲା ଏବଂ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ବୁଥ ଭିତରେ ବହୁ ସଂଖ୍ୟାରେ ବହୁ ଜାଗାରେ ଭୋଟର ଅପେକ୍ଷା କରି ମୌଳିକ ଅଧିକାର କୁ ସାବ୍ୟସ୍ତ କରିଥିଲେ।ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି ହୋଇଥିବା ବେଳେ ବିପକ୍ଷ ଗୋଷ୍ଠୀଙ୍କୁ ପ୍ରତିବାଦ ଯୋଗୁଁ ବହୁ ଜାଗା ରେ ରାଗିଙ୍ଗ ବନ୍ଦ ହୋଇପାରିଲା ଯାହାକୁ ନେଇ ବୁଦ୍ଧିଜୀବୀ ମାନେ ଖୁସି ବ୍ୟକ୍ତ କରିଛନ୍ତି |

ତଥାପି କିଛି ବୁଥରେ ରାଗିଙ୍ଗର ଅଭିଯୋଗ ହୋଇଥିଲା। କତୁରୁ ପଞ୍ଚାୟତ12 ନମ୍ବର ବୁଥ ରେ ବୁର୍ବୃତ୍ତମାନେ ରାଗିଙ୍ଗ ଫଳରେ ଉତ୍ୟକ୍ତ ହୋଇ 32 ଟି ବାଲାଟ ପେପର ଚିରି ଦେଇଥିବା ବେଳେ ପ୍ରଶାସନର ହସ୍ତକ୍ଷେପ ରେ ପୁନଃ ମତଦାନ ଆରମ୍ଭ ହୋଇଥିଲା। ସେହିପରି ପିତାତଳି ପଞ୍ଚାୟତ ବଇରିବାଡ଼ ଠାରେ ଜବରଦସ୍ତ ରାଗିଙ୍ଗର ଅଭିଯୋଗ ରେ ପୋଲିସ ପହଂଚି କେବଳ ଦେଖଣାହାରି ସାଜିଥିଲା। ଏହାକୁ ନେଇ ନିର୍ବାଚନ କମିଶନ ଏବଂ ସ୍ଥାନୀୟ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରି ପୁନଃ ମତଦାନ ପାଇଁ ଅନୁରୋଧ କରାଯାଇଛି।

ସରପଞ୍ଚ ପ୍ରାର୍ଥୀ ପି. ଦାନାବତୀ ଓ ଏଜେଣ୍ଟ ଯୁଧିଷ୍ଠି ସେଠି ପ୍ରବଳ ପ୍ରତିବାଦ କରିବା ସତ୍ତ୍ୱେ ଉକ୍ତ ଗ୍ରାମର କେ. ଚିନ୍ନା ବାବୁ ଓ ପି. ହେରମ୍ବ ତାଙ୍କୁ ଜବରଦସ୍ତ ମାଡ ମାରି ବୁଥ ରୁ ବାହାର କରିଥିବା ଜିଲ୍ଲାପାଳ ଓ ଏସ ପି ଙ୍କୁ ଅଭିଯୋଗ ମଧ୍ୟ ହୋଇଛି। ଅନ୍ୟ ପକ୍ଷରେ ପ୍ରାର୍ଥୀ ଏବଂ ଏଜେଣ୍ଟଙ୍କ ପ୍ରବଳ ବିରୁଦ୍ଧ ସତ୍ୱେ ବହୁ ଜାଗା ରେ ରାଗିଙ୍ଗ ଅଭିଯୋଗ ହୋଇଛି, ପ୍ରଶାସନ ଓ ପୋଲିସ ଆଂଶିକ ରୋକିବାରେ ସଫଳବି ହୋଇଛନ୍ତି। କିଛି ବୁଥ ରେ ମତଦାନ ପରେ ସାନିଟାଇଜର ରେ ରଙ୍ଗ ଛଡେଇ ପୁଣି ମତଦାନ ଅଭିଯୋଗ ବି ହୋଇଥିଲା। ମୋଟ 246 ଟି ବୁଥ ରେ 65.36ଭୋଟିଂ ହୋଇଥିବା ବେଳେ ମୋଟା ମୋଟୀ ଭାବେ ଶାନ୍ତି ଶୃଙ୍ଖଳା ବଜାୟ ରହିଥିଲା ।

nis-ad
Leave A Reply

Your email address will not be published.