ରାଜନୈତିକ ହିଂସା : କୋଡିରେ ଆକ୍ରମଣ, ସରପଂଚ ଗୁରୁତର, ଆକ୍ରମଣକାରୀ ଗିରଫ…


ହିଞ୍ଜିଳିକାଟୁ:୧୯ା୨ : ପୂର୍ବ ଶତୃତାକୁ କେନ୍ଦ୍ର କରି ଶୁକ୍ରବାର ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମରେ ଏକ ଅଘଟଣ ଘଟିଛି । କୋଡିରେ ଆକ୍ରମଣ କରିବରୁ ହିଞ୍ଜିଳିକାଟୁ ବ୍ଳକ ଦୟାପଲ୍ଲୀ ପଂଚାୟତର ପ୍ରାକ୍ତନ ସରଂପଚ ବି. ଆପେୟା (୭୨)ଗୁରୁତର ଆହତ ହୋଇଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୮୮/୨୨ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛି । ଗିରଫ ଜଣକ ସେହି ଗ୍ରାମର ଭାଣ୍ଡି ଦାମୋଦର (୭୭) । ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ ଆପେୟା ସ୍ନାନ ସାରି ଘରକୁ ଫେରୁଥିବା ବେଳେ ସେହି ଗ୍ରାମର ଦାମୋଦର ଧରିଥିବା ଏକ ଠିଆ କୋଡିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ପ୍ରାକ୍ତନ ସରଂପଚ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡ଼ାକ୍ତରଖାନରେ ଭର୍ତ୍ତି କରିଥିଲେ । ପୂର୍ବ ରାଜନୈତିକ ଶତୃତାକୁ କେନ୍ଦ୍ର କରି ବିପକ୍ଷ ଗୋଷ୍ଠୀ ଚକ୍ରାନ୍ତ କରି ଦାମୋଦରଙ୍କୁ ସହାୟତାରେ ଆକ୍ରମଣ କରିଥିବା ନେଇ ଆପେୟା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଭୋଟ ଦେବାକୁ ମନା କରିବାରୁ ହତ୍ୟା ଧମକ ଅଭିଯୋଗ ସେହିଭଳି ଚଳିତ ମାସ ୧୬ ତାରିଖରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ ଟଙ୍କା ନେଇ ଭୋଟ ଦେବାକୁ ବାଧ୍ୟ କରିବା ଓ ଭୋଟର ମନା କରିବାରୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଛି । ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ପଂଚାୟତରେ ବୁଧବାର ମତଦାନ ଚାଲିଥିବା ବେଳେ ସଂପୃକ୍ତ ଗ୍ରାମର ଅର୍ଜୁନ ସେଠି ମତଦାନ ସକାଶେ କେନ୍ଦ୍ର ସମ୍ମୁଖରେ ଠିଆ ହୋଇଥିଲେ । ସେହି ସମୟରେ ସେହି ଗ୍ରାମର ୨ ଜଣ ଯୁବକ ଦିପକ ପଣ୍ଡା ଓ ରାମକୃଷ୍ଣ ମହାନ୍ତି ନିର୍ଦ୍ଧିଷ୍ଠ ସରପଂଚ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଟଙ୍କା ଜାଚିଥିଲେ । ଅର୍ଜୁନ ମନା କରିବାରୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏ ନେଇ ଅର୍ଜୁନ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗଭିତ୍ତିରେ ହିଞ୍ଜିଳି ଥାନାରେ ନଂ- ୯୦/୨୨ରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି

nis-ad
Leave A Reply

Your email address will not be published.