ରାୟଗଡ଼ା ଜିଲ୍ଲାପାଳଙ୍କ ମୁନିଗୁଡା ବ୍ଲକ ଗସ୍ତ : ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟ ଅନୁଧ୍ୟାନ…


ରାୟଗଡ : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡା ପଞ୍ଚାୟତ ସମିତିର 5T ଅନ୍ତର୍ଗତ ରୂପାନ୍ତରୀକରଣ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକର କାର୍ଯ୍ୟ ସମୀକ୍ଷା ଓ ଅନୁଧ୍ୟାନ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଦ୍ୱାରା ପ୍ରତ୍ୟେକ୍ଷ ଭାବେ କରାଯାଇଥିଲା । ଆଜି ମୁନିଗୁଡା ବ୍ଳକ ଗସ୍ତ ସମୟରେ ତେଲେଙ୍ଗାପଦର, ଉଚ୍ଚ ବିଦ୍ୟାଳୟ,କୁମୁଡାବାଲି ଉଚ୍ଚ ବିଦ୍ୟାଳଯ, ମୁନିଗୁଡା, ଶିବାପାପଦର ଓ ପlତ୍ରଗୁଡା ଉଚ୍ଚ ବିଦ୍ୟାୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଦି ୬ଟି ବିଦ୍ୟାଳୟର କାର୍ଯ୍ୟ ପରଖି ଥିଲେ ଏବଂ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତମାନର କରିବା ନିମନ୍ତେ ଵିଶେଷକରି ସ୍ମାର୍ଟ ଶ୍ରେଣୀଗୃହ,ବିଜ୍ଞାନ ଗାଁର, ପାଠାଗାର, ଖେଳପଡ଼ିଆ ଆଦି ବ୍ୟବସ୍ଥା କରାଯିବ ଉପରେ କାର୍ଯ୍ୟ କ୍ରମକୁ ଅନୁଧ୍ୟାନ କରିଥିଲେ l ଏହି ଗସ୍ତବେଳେ ଜିଲ୍ଲାପାଳ ତୁରନ୍ତ ରୂପାନ୍ତରିଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ଗସ୍ତବେଳେ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକମାନେ , ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ l ଏହି ଗସ୍ତବେଳେ ସରପଞ୍ଚ ଓ ବିଦ୍ୟାଳୟ ସଭାପତି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥାପନ କରିଥିଲେ l
ଜିଲ୍ଲାପାଳଙ୍କ ଗସ୍ତ ସମୟରେ ମୁନିଗୁଡା ବି.ଡି.ଓ,ଜିଲା ଶିକ୍ଷା ଅଧିକାରୀ, ଏ.ଇ.ଇ ସଂପୃକ୍ତ ଗ୍ରା.ପ ଗୁଡିକର ଜେ.ଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଶିକ୍ଷା ବିଭାଗୀୟ କତୃପକ୍ଷ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.