ଅଭିନବ ଉପାୟରେ ଆସି ଡକାୟତି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଜାହାଜଭଟ୍ଟା ଗାଁରେ ୩ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଜଣେ ମହିଳା ଙ୍କ ଘରେ ନିର୍ବାଚନ ପ୍ରଚାର ବାହାନା ରେ ପସି ବେକରେ ଛୁରୀ ଲଗାଇ ସୁନା ଓ ଟଙ୍କା ନେଇଯାଇଥିବା କୋଡ଼ିଙ୍ଗା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାଇ ଜାହାଜଭଟ୍ଟା ଗାଁର ମୁକୁନ୍ଦ ହରିଜନ ଙ୍କ ସ୍ତ୍ରୀ ପିଙ୍କି ହରିଜନ ଘରେ ଏକୁଟିଆ ଥିବା ସମୟରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ ଘଣ୍ଟା ବେଳେ ତିନି ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ତାଙ୍କ ଘରକୁ ଯାଇ ଆମେ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଛୁ ଓ ଆମ ଚିହ୍ନ ରେ ଭୋଟ ଦେବ କହି କବାଟ ବାଡେଇ ଡାକିଥିଲେ । ପିଙ୍କି କବାଟ ଖୋଲିବା ବେଳେ ତିନି ଜଣ ଦୁର୍ବୁତ୍ତ ପିଙ୍କି ଙ୍କ ବେକରେ ଛୁରୀ ଲଗାଇ ଆଲମିରା ର ଚାବି ମାଗିଥିଲେ । ପାଟିକଲେ ଜୀବନରେ ମାରିଦେବୁ ବୋଲି ଧମକ ଦେବାରୁ ମହିଳା ଜଣକ ନିରୁପାୟ ହୋଇ ଚାବି ସେମାନଙ୍କ ହାତକୁ ବଢାଇ ଦେଇଥିଲେ । ଦୁର୍ବୁତ୍ତ ମାନେ ଆଲମିରା ରୁ ଦେଢ଼ ଭରି ଓଜନର ସୁନା ହାର , ହଳେ ସୁନାର କାନ ଫୁଲ ଓ ନଗଦ ୭୦ ହଜାର ଟଙ୍କା ଲୁଟି ନେଇଥିବା ସ୍ରୀ ଜଣକ ନିଜ ଏତଲାରେ କୋଡିଙ୍ଗା ଥାନାରେ ଜଣାଇ ଥିଲେ । ଏତଲା ପାଇ କୋଡ଼ିଙ୍ଗା ଥାନା ଅଧିକାରୀ ଶ୍ରୀ ଦୁର୍ଗା ମାଧବ ବାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ଓ ଅଧିକ ତଦନ୍ତ ପାଇଁ ସନ୍ଧାନୀ କୁକୁରର ସାହାଯ୍ୟ ନିଆ ଯାଇଛି ବୋଲି ପ୍ରକାଶ କରିଛନ୍ତି।ଏ ଘଟଣା ପରେ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳି ଯିବା ସହ ରାତ୍ରି ସମୟରେ ଯାଗ୍ରତ ରହିବା ଉଚିତ ବୋଲି ସାଧାରଣରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.