ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ ଘଟିଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ବାପିଙ୍କର ୬୯ ବର୍ଷ ବୟସରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବାପି ଏକାଧିକ ରୋଗରେ ପୀଡ଼ିତ ରହିବା ସହ ଆଜି ସକାଳୁ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତବର୍ଷ ବାପି କୋଭିଡ-୧୯ରେ ସଂକ୍ରମିତ ହେବା ପରେ ମୁମ୍ବାଇର ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ପରବର୍ତ୍ତୀ ସମୟରେ ସେ କୋଭିଡରୁ ସୁସ୍ଥ ହୋଇଥିଲେ । ତାଙ୍କର ପରିବାରରେ ପତ୍ନୀ ଚିତ୍ରାନୀ ଓ ଝିଅ ତଥା ଗାୟିକା ରେମା ଲହରୀ ବଂସଲ ଅଛନ୍ତି । ୨୭ ନଭେମ୍ବର ୧୯୫୨ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ବାପି ନିଜର ଭିନ୍ନ ଶୈଳୀ ପାଇଁ ଫିଲ୍ମ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଶେଷଥର ପାଇଁ ବାପି ଲାହିରି ବାଗି-୩ ପାଇଁ ମ୍ୟୁଜିକ କମ୍ପୋଜ୍ କରିଥିଲେ । ସେ ହିନ୍ଦି, ବଙ୍ଗାଳି, ତାମିଲ, ତେଲୁଗୁ ଓ କନ୍ନଡ଼ ଆଦି ଭାଷାରେ ଗୀତ ଗାଇଛନ୍ତି । ତାଙ୍କର ପ୍ରକୃତ ନାମ ହେଉଛି ଅଲୋକେଶ ଲହରି, ମାତ୍ର ଇଣ୍ଡଷ୍ଟ୍ରିରେ ତାଙ୍କୁ ବାପି ଲାହିରି ନାମରେ ସମସ୍ତେ ଜାଣନ୍ତି ।

ବାପି ଲାହିରି ଚଲତେ ଚଲତେ, ଡିସ୍କୋ ଡାନ୍ସର ଗୀତ କମ୍ପୋଜ୍ କରି ଖୁବ ପ୍ରସିଦ୍ଧ ଲାଭ କରିଥିଲେ । ସେ ଭାରତୀୟ ମ୍ୟୁଜିକକୁ ଡିସ୍କୋ ମ୍ୟୁଜିକକୁ ଏକ ଅଲଗା ଷ୍ଟାଇଲରେ ନେଇ ଆସିଥିଲେ । ସେ ଡିସ୍କୋ ଡ୍ୟାନ୍ସର, ବାରଦାତ, ନମକ ହଲାଲ, ଶରାବୀ, କମାଣ୍ଡୋ ଫରି ଫିଲ୍ମରେ ହିଟ୍ ଟ୍ରାକ୍ ଦେଇ ଫେମସ୍ ହୋଇଥିଲେ । ଓଡ଼ିଆ ଚଳଚ୍ଚିତ୍ରରେ ନିଜ ଛାପ ଛାଡିଛନ୍ତି ବାପି । ଓଡ଼ିଆ ଚଳଚ୍ଚିତ୍ର ‘ମିଛ ମାୟା ସଂସାର’ରେ ବାପି ଲାହିରି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

nis-ad
Leave A Reply

Your email address will not be published.