ରାଜ୍ୟରେ ଦୁଇ ଦିନ ହାଲୁକା ବର୍ଷା

ଭୁବନେଶ୍ୱର: ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା ହେବ । ୧୮ରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ୧୯ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ମଙ୍ଗଳବାରଠୁ ରାଜ୍ୟର ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ବଢ଼ିଛି । ଦାରିଙ୍ଗିବାଡ଼ି ଓ ଫୁଲବାଣୀରେ ସବୁଠୁ କମ୍‌ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି । କୋରାପୁଟ ଓ ସୋନପୁରରେ ୧୦.୫, ଭବାନୀପାଟଣାରେ ୧୦.୮, କେନ୍ଦୁଝରରେ ୧୧ଡିଗ୍ରୀ ରେକର୍ଡ ହୋଇଛି । ବାକି ସବୁ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଉପରେ ରହିଛି । ପୁରୀରେ ରାତିବେଳା ସର୍ବାଧିକ ୧୭.୫ ଓ ଗୋପାଳପୁରରେ ୧୬.୩ ତାପମାତ୍ରା ରେକର୍ଡ ହୋଇଛି ।
ଅନୁଗୁଳରେ ସର୍ବାଧିକ ତାପମାତ୍ରା ୩୦.୭, ଟିଟିଲାଗଡ଼ରେ ୩୦.୬, ଭୁବନେଶ୍ୱରରେ ୩୦.୩ ଓ ଚାନ୍ଦବାଲିରେ ୩୦.୨ ଡିଗ୍ରୀ ଥିଲା । ଆସନ୍ତା ତିନିଦିନ ରାଜ୍ୟରେ ରାତି ସମୟର ତାପମାତ୍ରା ୩ରୁ ୫ଡିଗ୍ରୀ ବଢିବ ଓ ଶୀତ କମିବ ବୋଲି ବିଭାଗ ଆକଳନ କରିଛି ।

nis-ad
Leave A Reply

Your email address will not be published.