ଫୁଲ୍ଓ୍ଵମା ଶହୀଦଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା

ବେଲଗୁଣ୍ଠା, ତା.୧୪/୦୨ : ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ଲୁଦୁଲୁଦୁ ଗ୍ରାମଠାରେ ଲୋକନାଟ୍ୟ ଗୁରୁ କାହ୍ନୁଚରଣ ଷଡ଼ଙ୍ଗୀଙ୍କ ଆହ୍ଵାନ କ୍ରମେ ଗ୍ରାମ୍ୟ ଯୁବଗୋଷ୍ଠୀ ପୁଲ୍ଓ୍ଵମା ଶହୀଦଙ୍କ ଦ୍ଵିତୀୟ ବାର୍ଷିକୀ ମହାସମାରୋହରେ ପାଳନ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ଏବଂ ବରିଷ୍ଠ କଳାକାର ତଥା ଗଣମାଧ୍ୟମ ବ୍ୟକ୍ତିତ୍ଵ ଜୟକୃଷ୍ଣ ପଟ୍ଟନାୟକ ଅତିଥି ଭାବରେ ଯୋଗଦେଇ ଗ୍ରାମାଞ୍ଚଳର କୃଷିଜୀବୀ ବହୁଳ ଅଞ୍ଚଳରେ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଦେଶ ପାଇଁ ବହୁ ଗର୍ବ ଓ ଗୌରବର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ । ଦେଶର ପ୍ରଗତିରେ ଉଭୟ କୃଷକ ଓ ଯବାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ସ୍ଥଳେ କୃଷକ ସମାଜ ଦ୍ଵାରା ସହିଦ ସ୍ମୃତି ଚାରଣ ଏକ ବିଶେଷ ଆଲେଖ୍ୟ ବହନ କରେ ।

ଆଜକୁ ଠିକ୍ ଦୁଇ ବର୍ଷ ତଳେ ପୂଲ୍ଓ୍ଵାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଚାଳିଶ ଜଣ ଜୱାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ପ୍ରବୀଣ କୁମାର ସ୍ବାଇଁ, ଜିତୁ ବେହେରା, ବିକ୍ରମ ଜେନା ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବଗୋଷ୍ଠୀ ସାମିଲ ହୋଇ ସହିଦଙ୍କୁ ଶ୍ତଦ୍ଧାସୁମନ ଅର୍ପଣ କରିବା ସହ ପୁଲ୍ଓ୍ଵାମା ଶହୀଦ ଅମର ରହେ, ଜୟ ଯବାନ ଜୟ କିଶାନ୍, ବନ୍ଦେ ମାତରଂ ଆଦି ସ୍ଲୋଗାନ ସହ ସନ୍ନିକଟ ସୋରଡ଼ା ଜଙ୍କସନ୍ ଓ କଣ୍ଟେଇପଲ୍ଲି ଗ୍ରାମକୁ ମହମବତୀ ଶୋଭାଯାତ୍ରାରେ ପରିଭ୍ରମଣ କରିଥିଲେ । ଫଳରେ ସମ୍ପୃକ୍ତ ଅଞ୍ଚଳରେ ଏକ ଦେଶପ୍ରିତି ବାତାବରଣ ଖେଳିଉଠିଥିଲା ।

nis-ad
Leave A Reply

Your email address will not be published.