ସାମ୍ୱାଦିକା ସବନମ୍‌ ସରିନ୍‌ଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ବରେ ୧୫/୦୨ : ନ୍ୟୁଜ୍‌ ସେଭେନ୍‌ର ଦିବଂଗତ ସାମ୍ୱାଦିକା ସବନମ୍‌ ସରିନ୍‌ଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ରାଜ୍ୟ ସରକାର । ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସବନମ୍‌ଙ୍କ ସ୍ୱାମୀ କାମରୁଦ୍ଦିନଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ସାମ୍ବାଦିକା ସବନମ୍‌ ଶିରିନ୍‌ଙ୍କ ଗତବର୍ଷ ମେ ମାସ ୧୧ ତାରିଖରେ ପରଲୋକ ହୋଇଥିଲା ।

କରୋନାରେ ଆକ୍ରାନ୍ତ ହୋଇ ସେ ଆଖି ବୁଜିଥିଲେ । ମୃତ୍ୟୁର ୨ଦିନ ପୂର୍ବରୁ କୋଭିଡ୍‌ ପିଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ବର ଏକ ଡାକ୍ତରଖାନାଙ୍କୁ ତାଙ୍କୁ ନିଆଯାଉଥିଲା । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସବ୍‌ନମ୍‌ ଭଏସ୍‌ ଅଫ୍‌ ସୋଆ କମ୍ୟୁନିଟି ୯୦.୪ ରେ ଆର୍‌ଜେ ଭାବରେ କାର୍ଯ୍ୟକରି ଥିଲେ । ମୃତ୍ୟୁର କିଛିଦିନ ପୂର୍ବରୁ ତାଙ୍କ ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ କରୋନା ପଜିଟିଭ୍‌ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଉଥିଲା । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ସେ ଦୂରଦର୍ଶନ ସମେତ ବିଭିନ୍ନ ଗଣମାଧ୍ୟମ ଏବଂ ରେଡିଓ କାର୍ଯ୍ୟ କରି ଓଡ଼ିଶାରେ ପରିଚିତ ଥିଲେ ।

SOA Community ରେଡ଼ିଓରେ ତାଙ୍କ କାର୍ଯ୍ୟକ୍ରମ ଥିଲା ଅନନ୍ୟ । ବାଲ୍ୟ ବିବାହ ଭଳି ଅନେକ କୁସଂସ୍କାର ପ୍ରଥା ସମ୍ବନ୍ଧରେ ସେ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଦୂରଦର୍ଶନର ଅନେକ ସମାଜ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ସହ ଭୁବନେଶ୍ୱରର ବସ୍ତି ଅଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ସେ ଉଦ୍ୟମ କରିଥିଲେ । ତାଙ୍କ ଭଳି ସମାଜ ସଂସ୍କାରକ ତଥା କାର୍ଯ୍ୟରତ ଯୁବ ମହିଳା ସାମ୍ବାଦିକ ଅତି ବିରଳ ।

nis-ad
Leave A Reply

Your email address will not be published.