ଆଇନଜୀବୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର : ନବରଙ୍ଗପୁର ଅତିରିକ୍ତ ସରକାରୀ ଆଇନଜୀବୀ ରବୀନ୍ଦ୍ରନାଥ ବେବର୍ତ୍ତା ଙ୍କ ବିୟୋଗରେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ଏହି ସଭାରେ ସମ୍ପାଦକ ରାମ ପ୍ରସାଦ ପାତ୍ର ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ସଞ୍ଜୀବ ଦୁବେ ଯୋଗଦେଇ ଶ୍ରୀ ବେବର୍ତ୍ତା ସରକାରୀ ଆଇନଜୀବୀ ଭାବେ ଦକ୍ଷତାର ସହ ମାମଲା ପରିଚାଳନା କରିବାସହ ସେ ଜଣେ ଭଦ୍ର ଓ ମେଳାପି ମଣିଷ ଥିଲେ ବୋଲି କହିଥିଲେ। ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ଖାଡଙ୍ଗା, ସନ୍ତୋଷ ମିଶ୍ର, ସୁବୋଧ ଚନ୍ଦ୍ର ବେନ୍ୟା ପ୍ରମୁଖ ସ୍ମୃତି ଚାରଣ କରି ଶ୍ରୀ ବେବର୍ତ୍ତା ଙ୍କୁ ହରାଇବା ଆଇନଜୀବୀ ସଂଘ ପାଇଁ ଅପୁରଣୀୟ କ୍ଷତି ବୋଲି କହିଥିଲେ।

ଶ୍ରୀ ବେବର୍ତ୍ତା କିଛି ମାସ ପୂର୍ବରୁ ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ଜିଲ୍ଲା ଓ ଦୌରା ଜଜ୍ ଙ୍କ ଅଦାଲତ ରେ କାର୍ଯ୍ୟରତ ଥିଲେ । ସେ ପୂର୍ବରୁ ରାୟଗଡ଼ା ଠାରେ ଶ୍ରମ ଅଧିକାରୀ ଭାବେ ନିଯୁକ୍ତ ହୋଇ କିଛି ବର୍ଷ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ଜୟପୁର କୋର୍ଟରେ ସରକାରୀ ଆଇନଜୀବୀ ଭାବେ ଯୋଗଦେଇଥିଲେ। କୋରାପୁଟ ବାର୍ ଆସୋସିଏସନ୍ ର ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରି ଆଇନଜୀବୀ ମାନଙ୍କ ଅନେକ ସମସ୍ୟାର ପ୍ରତିକାର କରିଥିଲେ। ନବରଙ୍ଗପୁର ଜିଲ୍ଲା ର କୃଷକ ମାନଙ୍କ ସମସ୍ୟାର ପ୍ରତିକାର ପାଇଁ ସେ ସବୁବେଳେ ଉଦ୍ୟମ କରିଆସୁଥିଲେ। ତାଙ୍କ ହୃଦରୋଗ ର ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯିବା ବେଳେ ନୟାଗଡ଼ ନିକଟରେ ରବିବାର ସକାଳୁ ତାଙ୍କ ଦେହାନ୍ତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତି ସାହା, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୁଦାମ ଚରଣ ଦାସ, ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଅନ୍ନପୂର୍ଣ୍ଣା ନାୟକ, ଖଣ୍ଡିୟ ବିଚାରପତି ପ୍ରିୟରଞ୍ଜନ ଓଝା, ପ୍ରଥମ ଶ୍ରେଣୀ ବିଚାରପତି ଆର୍ୟବାଳା ତ୍ରିପାଠୀ ମଞ୍ଚାସୀନ ଥିଲେ। ସଂଘ ଉପ-ସଭାପତି ପ୍ରତାପ ପଣ୍ଡା, ଯୁଗ୍ମ ସମ୍ପାଦକ ସନ୍ତୋଷ ନାୟକ, କୋଷାଧ୍ୟକ୍ଷ ବିଧୁ ଶେଖର ତ୍ରିପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକ, ମିନାକ୍ଷୀ ପାଢ଼ୀ, ତପନ ପାଣିଗ୍ରାହୀ, ଆଇନଜୀବୀ ଅରବିନ୍ଦ ପ୍ରସାଦ ପଟ୍ଟନାୟକ, ବି. ବାଳକୃଷ୍ଣ ପଟ୍ଟନାୟକ, ଶ୍ୟାମ ପ୍ରସାଦ ଗନ୍ତାୟତ, ରବିନ୍ଦ୍ର ପ୍ରସାଦ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିରେନ୍ଦ୍ର କୁମାର ନାୟକ, ଦେବୀ ପ୍ରସାଦ ସିଂ, ମାନସ ତ୍ରିପାଠୀ, ରାଜ କିଶୋର ନାଗ, ସଦାଶିବ ସାହୁ, ପ୍ରସନ୍ନ ପ୍ରସାଦ ପଟ୍ଟନାୟକ, ଅରୁଣ କୁମାର ମହାନନ୍ଦିଆ, ପ୍ରଫୁଲ୍ଲ ସିଂ, ପଙ୍କଜିନୀ ତ୍ରିପାଠୀ, ସିରାଜୁଦ୍ଧିନ ଅହମ୍ମଦ, ଆସେର୍ ଜାନୀ, ସତୀଶ ଚନ୍ଦ୍ର ନାୟକ, ଶ୍ୟାମା ପ୍ରସାଦ ମାଝୀ, ବରୁଣ କୁମାର ନାୟକ, ଦୀନେଶ ରାଜ କର୍କରା, ସୁରଜ୍ ନାୟକ, ତପନ ସିଂ ପ୍ରମୁଖ ଯୋଗଦେଇ ନୀରବ ପ୍ରାର୍ଥନା କରି ଅମରଆତ୍ମାଙ୍କ ସଦଗତି କାମନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.