ବେଙ୍ଗାଲୁରୁରେ ମେଡିକାଲ କଲେଜ ପାଇଁ ଦାନ କଲେ ବାଗଚୀ ଦମ୍ପତି

ଭୁବନେଶ୍ବର : ପୁଣି ସମାଜ ସେବା ପାଇଁ ଦାନ କରିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ସଂଗଠନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ । ବେଙ୍ଗାଲୁରୁସ୍ଥିତ ଦେଶର ପ୍ରସିଦ୍ଧ ବିଜ୍ଞାନ ଓ ଗବେଷଣା ଶିକ୍ଷାନୁଷ୍ଠାନ ଭାରତୀୟ ବିଜ୍ଞାନ ସଂସ୍ଥାନ (ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ) ପରିସରରେ ଏକ ମେଡିକାଲ କଲେଜ ଓ ୮୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ପ୍ରତିଷ୍ଠା ପାଇଁ ବାଗଚୀ ଦମ୍ପତି ଏବଂ ରାଧା ଓ ଏନ.ପାର୍ଥସାରଥୀ ୪୨୫ କୋଟି ଟଙ୍କା ଦାନ କରିଛନ୍ତି ।

ଏହି ହସପିଟାଲର ନାଁ ହେବ ବାଗଚୀ-ପାର୍ଥସାରଥୀ ହସପିଟାଲ । ସୂଚନାଯୋଗ୍ୟ ଯେ, ଏନ. ପାର୍ଥସାରଥୀ ହେଉଛନ୍ତି ମାଇଣ୍ଡ ଟ୍ରିର ଅନ୍ୟତମ ପ୍ରତିଷ୍ଠାତା ଓ ସୁବ୍ରତ ବାଗଚୀଙ୍କ ପୂର୍ବତନ ସହଯୋଗୀ ।

ଏ ସଂପର୍କରେ ନିଜର ମତ ରଖି ସୁସ୍ମିତା ବାଗଚୀ କହିଛନ୍ତି ଯେ, ଭାରତୀୟ ବିଜ୍ଞାନ ସଂସ୍ଥାନ ସହ ଯୋଡ଼ି ହୋଇଥିବାରୁ ଆମେ ଆନନ୍ଦିତ । ଆମ ଦେଶରେ କେବଳ ସରକାର କିମ୍ବା କର୍ପୋରେଟ ଜଗତ ଚାହିଁଲେ ମେଡିକାଲ ଗବେଷଣା ହୋଇପାରିବ ନାହିଁ । ଏଥିପାଇଁ ଆମ ପରି ଲୋକମାନଙ୍କୁ ଆଗେଇ ଆସିବାକୁ ହେବ ।

ଗତ ବର୍ଷ ଓଡ଼ିଶାରେ ଏକ କ୍ୟାନସର ହସପିଟାଲ ଓ ପାଲିଏଟିଭ କେୟାର କେନ୍ଦ୍ର ସ୍ଥାପନ ପାଇଁ ବାଗଚୀ ଦମ୍ପତି ୩୪୦ କୋଟି ଟଙ୍କା ଦାନ କରିଥିଲେ । ଏ ନେଇ ବାଗଚୀ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଥିଲା ।

nis-ad
Leave A Reply

Your email address will not be published.