ଘରୋଇ ଏବଂ ସରକାରୀ କର୍ମଚାରୀଙ୍କୁ ଭୋଟ ପାଇଁ ଛୁଟି ଘୋଷଣା

ଭୁବନେଶ୍ୱର: ମତଦାନ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି । ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବେ ସମସ୍ତ କର୍ମଚାରୀ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଶ୍ରମ ଆୟୋଗ । ଉଭୟ ଘରୋଇ ଏବଂ ସରକାରୀ କର୍ମଚାରୀଙ୍କୁ ମତଦାନ ଦିନ ଛୁଟି ଦେବା ବାଧ୍ୟତାମୂଳକ । କର୍ମଚାରୀ ଛୁଟି ମାଗିଲେ ଉକ୍ତ ସଂସ୍ଥା ଛୁଟି ଦେବା ବାଧ୍ୟତାମୂଳକ । ନଚେତ ଏହା ଆଇନ ଅନୁଯାୟୀ ଅପରାଧ ବୋଲି କହିଛି ଶ୍ରମ ବିଭାଗ ।

ପାଞ୍ଚୋଟି ପର୍ଯ୍ୟାୟରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ଆସନ୍ତା ୧୬,୧୮,୨୦,୨୨ ଓ ୨୪ରେ ରାଜ୍ୟରେ ପଡିବ ଭୋଟ । ତେଣୁ ଏହା ପୂର୍ବରୁ କର୍ମଚାରୀଙ୍କୁ ଛୁଟି ଦେବା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଶ୍ରମ ବିଭାଗ । ସେପଟେ ଏନେଇ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି ।

nis-ad
Leave A Reply

Your email address will not be published.