ନିର୍ବାଚନ ପ୍ରଚାର ଅଭିଯୋଗରେ ସରକାରୀ ସ୍କୁଲ ଶିକ୍ଷକ ନିଲମ୍ୱିତ

ବଲାଙ୍ଗିର: ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨ ଟି ଅଭିଯୋଗ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗିର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ପୁଇଁତଳା ବ୍ଲକ୍ ଅଚଂଳରେ ସରକାରୀ ସ୍କୁଲ ଶିକ୍ଷକଙ୍କ ପ୍ରଚାର ଅଭିଯୋଗ ଘଟଣାରେ ଲୁକାପଡ଼ା ସ୍କୁଲ ଶିକ୍ଷକ ତରଣୀସେନା ପ୍ରଧାନଙ୍କୁ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ବିଲେଇସରଡ଼ା ପଞ୍ଚାୟତର ସରପଞ୍ଚ ନିଲାମ ଅଭିଯୋଗ ଘଟଣାରେ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ଓ ଅନ୍ୟମାନଙ୍କ ନାଁରେ ଏତଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ତ ଘଟଣା ପାଇଁ ପୁଇଁତଳା ବିଡ଼ିଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସୁଚନା ଅନୁସାରେ ଆଉ ୂକିଛି ଦିନ ନରେ ପଞ୍ଚାୟତ ନିର୍ବାଚନ ହୋଇଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗି ପଡ଼ିଛନ୍ତି ପ୍ରାର୍ଥୀ । ଏହାରି ଭିତରେ ଯେଉଁ ମାନେ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ତାଙ୍କ ବିରୋଧରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

nis-ad
Leave A Reply

Your email address will not be published.