ଶ୍ରୀମନ୍ଦିର ରେ ୧୯ ତାରିଖ ୪ରୁ ୬ ଦର୍ଶନ ବନ୍ଦ

ପୁରୀ: ୧୯ ତାରିଖ ଦିନ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୫ଟାରୁ ୫ଟା ୪୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରହିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର କଟକଣା ବ୍ୟବସ୍ଥା କରାଯିବ । ୧୯ ତାରିଖ ଅପରାହ୍ନ ୪ଟା ଠାରୁ ସାଧାରଣ ଭକ୍ତଙ୍କ ପ୍ରବେଶ ବାରଣ ରହିବ ।

ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା କରାଯାଇଛି । ରାଷ୍ଟ୍ରପତି ଯାଇସାରିବା ପରେ ୬ଟାରୁ ସାଧାରଣ ଭକ୍ତ ପ୍ରବେଶ କରିପାରିବେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍‌ରୀଷନ କୁମାର ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.