ଜଳିଗଲା ଛତୁ ଉଦ୍ୟାନ

ହିିଞ୍ଜିଳିକାଟୁ (୧୪/୨) : ହିଞ୍ଜିଳିକାଟୁ ପୈାରପରିଷଦ ଅନ୍ତର୍ଗତ ୱାର୍ଡ଼ ନଁ ୧୬ ମାଣିକନଗର ୫ମ ଲାଇନରେ ଥିବା ଏକ ଛତୁ ଉଦ୍ୟାନରେ ନିଅଁ ଲାଗି ଯିବାରୁ ଉକ୍ତ ଅଚଁଳର କୈଳାଶ ବେହେରାଙ୍କ ଛତୁ ଉଦ୍ୟାନ ପୋଡ଼ି ନଷ୍ଟ ହୋଇଯାଇଛି । ମାଣିକନଗର ୪ର୍ଥ ଲାଇନରେ ରହୁଥିବା ଶ୍ରୀ ବେହେରା ନିଜ ଘର ନିକଟରେ ଛତୁ ଉଦ୍ୟାନ କରିଥିଲେ ।ସୋମବାର ଅପରାହ୍ନ ୩ ଘଣ୍ଟ ସମୟରେ କୈାଣସି କାରଣରୁ ଛତୁ ଉଦ୍ୟାନରେ ନିଆଁ ଲାଗିଯାଇଥିଲା । ଶୁଖିଲା କାଠ ବାଉଶଁ ଓ ନଡା ପାଳ ଯୋଗୁଁ ନ୍ରିଆଁ ପ୍ରଖର ବେଗେରେ ବ୍ୟାପି ଯାଇଥିଲା । ଏହା ଦେଖି ଆଖ ପଛ ଓ ସହି ବାସୀନ୍ଦା ଭୟଭୀତ ହୋଇ ହିଞ୍ଜିଳି ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଚିଁ ନିଆଁକୁ ଆୟତ କରିଥିଲେ ।

ଇତି ମଧ୍ୟରେ ଛତୁ ଉଦ୍ୟାନ ପୋଡ଼ି ନଷ୍ଟ ହୋଇଯିବା ସହ ଆଖ ପାଖ ବାସୀନ୍ଦା ବଡ଼ ଦୁର୍ଘଟଣାରୁ ବର୍ତିଯାଇଥିଲେ । ସଠିକ ସମୟରେ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ କରିବାରୁ ଉଦ୍ୟାନ ନିକଟ ରହୁଥିବା ପ୍ରାୟ ୫୦ ଘର ଅଳ୍ପକେ ବର୍ତି ଯାଇଥିଲେ । ମାଣିକନଗର ୫ମ ଓ ୪ର୍ଥ ସାହୀ ବସ୍ତିରେ ରହୁଥିବା ଜନସାଧାରଣ ହିଞ୍ଜିଳି ଅଗ୍ନିଶମ ବିଭାଗ ଅଧିକାରୀ ଗୈାତମ କୁମାର ସାହୁ ଓ ଅଗ୍ନିଣଶମ ବିଭାଗର ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.