ରାୟଗଡ଼ା ପ୍ରେସ କ୍ଲବ କାର୍ଯ୍ୟାଳୟ ଗୃହ ପ୍ରତିଷ୍ଠା…

ଶୀତଳ ପାନୀୟ ଜଳ ଭଣ୍ଡାର ସ୍ଥାପିତ,
ବରିଷ୍ଠ ସାମ୍ବାଦିକ ନାଗାରାଜୁ ସୁରେଶ ସମ୍ମାନରେ ସମ୍ମାନିତ

ରାୟଗଡା: ରାୟଗଡା ପ୍ରେସ କ୍ଲବ ପକ୍ଷରୁ କାର୍ଯ୍ୟାଳୟ ଗୃହ ପ୍ରତିଷ୍ଠା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସମସ୍ତ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ | ଏହି ଅବସରରେ ପ୍ରେସ କ୍ଲବ ପକ୍ଷରୁ ଜନସାଧାରଣଙ୍କ ଉଦେଶ୍ୟରେ ପ୍ରେସ କ୍ଲବ ଛକ ଠାରେ ଏକ ଶୀତଳ ଜଳ ଭଣ୍ଡାରର ଉଦଘାଟନ କରାଯାଇଛି | ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଯୋଗଦେଇ ପାନୀୟ ଜଳ ଭଣ୍ଡାରକୁ ଉଦଘାଟନ କରିଥିଲେ | ଏହି ଅବସରରେ ସୁରେଶ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ରାୟଗଡାର ବରିଷ୍ଠ ସାମ୍ବାଦିକ ବି ଏଚ ନାଗାରାଜୁଙ୍କୁ ସୁରେଶ ସମ୍ମାନରେ ସମ୍ମାନିତ କରାଯାଇଥିଲା | ସୁରେଶ ମେମୋରିଆଲ ଟ୍ରଷ୍ଟର ରାଜେଶ ପାଢ଼ୀ ଏବଂ ରାକେଶ ପାଢୀ ଉପସ୍ଥିତ ରହି ନାଗାରାଜୁଙ୍କୁ ସମ୍ମାନିତ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସଭାପତି ରଞ୍ଜନ ରଥ, ସାଧାରଣ ସମ୍ପାଦକ ଯୋଗେଶ୍ୱର ଦାସ, ବରିଷ୍ଠ ସାମ୍ବାଦିକ ଗୋପ ରଞ୍ଜନ ବକ୍ସିପାତ୍ର, କେ କେ ଜେନା , ସୁବ୍ରତ ଚୌଧୁରୀ, ସଂଗ୍ରାମ ପଟନାୟକ, ଶିବ ସାଇ ବକ୍ସିପାତ୍ର , ସୁଶାନ୍ତ ପ୍ରଧାନ,ଦାମୋଦର ରାଓ, ବି ଏଚ୍ ନାଗାରାଜୁ, ସି ଏଚ୍ ଶ୍ରୀନିବାସ, ଆଶିଷ ରଞ୍ଜନ ପଣ୍ଡା, ନିତିନ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |

nis-ad
Leave A Reply

Your email address will not be published.