ଗୁପ୍ତେଶ୍ୱର ଠାରେ ମହା ଶିବ ରାତ୍ରୀ ନିମନ୍ତେ ପ୍ରସ୍ତୁତି ବୈଠକ…


କୋରାପୁଟ :- ଗୁପ୍ତେଶ୍ୱର ଶୈବ ପୀଠ ଠାରେ ମହା ଶିବରାତ୍ରୀ  ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।  ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ କାର୍ଯ୍ୟ ବିଷୟରେ ଆଲୋଚନା କର।ଯାଇ ଥିଲା  ଯେପରି ଯାନବାହାନ ନିୟନ୍ତ୍ରଣ ନିମନ୍ତେ କାନ୍ଦୁଗୁଡ଼ା ଠାରୁ ଶିରିବେଡ଼ା ପର୍ଯ୍ୟନ୍ତ ଗତି ପରିବର୍ତ୍ତନ । ଫରେସ୍ଟ ରାସ୍ତା ପାର୍ଶ୍ୱରେ ମାଟି ପକେଇବା ପାଇଁ  କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡ଼ି, ବୈପାରିଗୁଡାଙ୍କୁ ଅନୁରୋଧ କରାଯାଇଛି ।  ପ୍ରତି ବର୍ଷ ୨ ଗୋଟି ଷ୍ଟଲ ହୁଏ ଏବଂ ଏଥି ନିମନ୍ତେ ଡାଲି ଓ  ଚାଉଳ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀ ଯୋଗାଇ ଦେବେ । ପ୍ରତି ବର୍ଷ ୨୦ଟି ବସ୍ ଜୟପୁର ଠାରୁ ଗୁପ୍ତେଶ୍ୱର ପର୍ଯ୍ୟନ୍ତ ଚଳ।ଚଳ ହୁଏ । ବସ୍ ଟିକଟ ବାବଦରେ ଟ.୬୫/- ରଖା ଯାଇଛି।  ଦେବ ଦର୍ଶନ ନିମନ୍ତେ ଟ.୨୦୦/- ରଖା ଯାଇଛି । ଟୋଲ ଗେଟ ଫି ପାଇଁ ମୋଟର ସାଇକଲ ନିମନ୍ତେ ଟ.୧୦/- ଅଟୋ ନିମନ୍ତେ ଟ.୨୦/- କାର ଓ ବୋଲେରୋ ନିମନ୍ତେ ଟ.୩୦/- ଓ ବସ୍ ନିମନ୍ତେ ଟ.୫୦/- ରଖା ଯାଇଛି ।  ଏହି ପୂଜା ନିମନ୍ତେ ବ୍ରାହ୍ମଣ ସମାଜଙ୍କୁ ୨ କୁଇଣ୍ଟାଲ କାଠ ଓ ୮ କେଜି ଘିଅ ଯୋଗେଇ ଦେବା ନିମନ୍ତେ ସର୍ବ ସମ୍ମତି ହୋଇଛି । ଏହି ଦିନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସୂଚନା କେନ୍ଦ୍ର ଏକ  ହୁଏ ।  ଯେ ହେତୁ କୋବିଡ କଟକଣା ଲାଗି ରହିଛି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ ନ।ହିଁ।  କେବଳ ହରିହର ମିଳନ ରାତ୍ର  ୧୨.୦୦ ଘଟିକାରେ ତା ପରେ ପରେ ମହା ଦୀପ ହେବ । ଏହି ବୈଠକରେ ଉପଜିଲ୍ଲାପାଳ ମହୋଦୟ ଶ୍ରୀ ବେଦବର ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅରୂପ ଅଭିଷେକ ବେହେରା,  ଜୟପୁର ତହସିଲଦାର ଶ୍ରୀମତୀ ପ୍ରଧାନ ତୁଲି ଆମ୍ମା ଓ ବୈପାରିଗୁଡା ତହସିଲଦାର ଶ୍ରୀ କୈଳାଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ ଓ ଅନ୍ୟାନ୍ୟ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା, ଅତିରିକ୍ତ ତହସିଲଦାର ଶ୍ରୀ ଅଶ୍ଵିନ ମହାପାତ୍ର, ଶ୍ରୀ ତପନ କୁମାର ବେତି,ଅତିରିକ୍ତ RTO, ACF ସୁବାଶ ଚନ୍ଦ୍ର ଖୁଣ୍ଟିଆ, ନିର୍ବାହୀ ଯନ୍ତ୍ରୀ ସୋମନାଥ ତ୍ରିପାଠୀ, ସହକାରୀ ଯନ୍ତ୍ରୀ TPSODL ଶ୍ରୀ ଦିବ୍ୟଜ୍ୟୋତି ମହାପାତ୍ର, ACSO ଶ୍ରୀମତୀ ପ୍ରିୟମ୍ବଦା ବେହେରା(Hqtr) ଓ ACSO ସୁଶାନ୍ତ ଜେନା, ସନ୍ତୋଷ କୁମାର ସାହୁ ଓ ସାମ୍ବାଦିକ ବନ୍ଧୁ ପ୍ରମୁଖ ଉପସ୍ଥିତ ରହି ଥିଲେ ।
ଏହି 

nis-ad
Leave A Reply

Your email address will not be published.