୨୦୨୨ର ପ୍ରଥମ ଉତକ୍ଷେପଣ ପାଇଁ ଇସ୍ରୋର ଓଲଟା ଗଣତି ଆରମ୍ଭ

ବେଙ୍ଗାଲୁରୁ ୧୩।୦୨: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ୨୦୨୨ରେ ନିଜର ପ୍ରଥମ ରକେଟ୍ ପ୍ରକ୍ଷେପଣ କରିବାକୁ ଯାଉଛି। ଫେବୃଆରୀ ୧୪ ଭାଲେନଟାଇନ ଦିନ ଇସ୍ରୋ ମହାକାଶକୁ ଆର୍ଥ ଅବଜରଭେସନ ସାଟେଲାଇଟ୍(EOS-04) ଉତକ୍ଷେପଣ କରିବ। ଏଥିପାଇଁ ୨୫ ଘଣ୍ଟାର ଓଲଟା ଗଣତି ଆରମ୍ଭ ହୋଇ ଯଇଛି।

ପୋଲାର ସାଟେଲାଇଟ୍ ଲଞ୍ଚ ହ୍ଵିକିଲ(ପିଏସଏଲଭି)-ସି ୫୨କୁ ଫେବୃଆରୀ ୧୪ ସକାଳ ୫ଟା୫୯ ମିନିଟ୍‌ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯିବ। ଏହି ଅଭିଯାନରେ ୧୭୧୦ କିଲୋଗ୍ରାମର ଉପଗ୍ରହକୁ ପୃଥିବୀ ପୃଷ୍ଠରୁ ୫୨୯ କିଲୋମିଟର ଉଚ୍ଚତାରେ ସୂର୍ଯ୍ୟର ଧ୍ରୁବୀୟ କକ୍ଷରେ ଅବସ୍ଥାପିତ କରାଯିବ। ଇସ୍ରୋ ଟୁଇଟ୍ କରି କହିଛି, ପିଏସଏଲଭି-ସି୫୨/ଇଓଏସ-୦୪ ମିଶନ ପାଇଁ ୨୫ ଘଣ୍ଟା ୩୦ ମିନିଟ୍‌ର ଓଲଟା ଗଣତି ପ୍ରକ୍ରିୟା ଆଜି ସକାଳ ୪ଟା ୨୯ ମିନିଟ୍‌ରୁ ଆରମ୍ଭ ହୋଇ ଯାଇଛି।

EOS-04 ବ୍ୟତୀତ ପିଏସଏଲଭି ରକେଟ୍ ଜରିଆରେ ମହାକାଶକୁ ଦୁଇଟି ଛୋଟ ସାଟେଲାଇଟ୍ ପଠାଯିବ।  ଏଥିରୁ ଗୋଟିଏ ଉପଗ୍ରହ INSPIREsat-1କୋଲରାଡୋ ବିଶ୍ଵ ବିଦ୍ୟାଳୟରେ ବାୟୁମଣ୍ଡଳୀୟ ଏବଂ ଅନ୍ତରୀକ୍ଷ ପ୍ରୟୋଗଶାଳାର ସହଯୋଗରେ ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରଦୌଗିକି ସଂସ୍ଥା ଦ୍ଵାରା ବିକଶିତ କରାଯାଇଛି। ଅନ୍ୟ ଉପଗ୍ରହ INS-2TD ଭାରତ-ଭୂଟାନର ମିଳିତ ପ୍ରୟାସରେ ତିଆରି ହୋଇଛି।

ଇସ୍ରୋ କହିଛି, EOS-04 ଏକ ରାଡାର ଇମେଜିଂ ସାଟେଲାଇଟ୍।  ସବୁ ପାଣିପାଗରେ ଏହି ସାଟେଲାଟଇ୍ କୃଷି, ଜଙ୍ଗଲ ଏବଂ ବୃକ୍ଷରୋପଣ, ମୃତ୍ତିକା ଏବଂ ଜଳବିଜ୍ଞାନ ଏବଂ ବନ୍ୟାର ଉଚ୍ଚ ଗୁଣବତ୍ତାର ଫଟୋ ଉତ୍ତୋଳନ କରି ପାରିବ। ପ୍ରକ୍ଷେପଣ ପ୍ରାଧୀକରଣ ବୋର୍ଡ ଦ୍ଵାରା ଉତକ୍ଷେପଣ ପାଇଁ ମଞ୍ଜୁରୀ ମିଳିବା ପରେ ମିଶନର ଓଲଟା ଗଣତି ଆରମ୍ଭ ହୋଇ ଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଯାନ୍ତ୍ରିକ ତ୍ରୁଟି କାରଣରୁ ଆର୍ଥ ଅବଜରଭେସନ ସାଟେଲାଇଟ୍(EOS-03)କୁ ମହାକାଶର କକ୍ଷ ପଥରେ ଅବସ୍ଥାପିତ କରାଯାଇ ପାରିନଥିଲା। ତେବେ ଚଳିତ ବର୍ଷର ପ୍ରଥମ ଉତକ୍ଷେପଣରେ ଇସ୍ରୋ ଏହି କ୍ଷତିର ଭରଣା କରିବାକୁ ଲକ୍ଷ୍ୟ ରଖିଛି।

nis-ad
Leave A Reply

Your email address will not be published.