ଭୁବନେଶ୍ୱର-କଟକରେ ପୁଣି ନିଯୁକ୍ତ ହେବେ ଟ୍ରାଫିକ୍‍ ସ୍ଵେଚ୍ଛାସେବୀ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକ ମହାନଗରରେ ପୁଣି ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀ ନିଯୁକ୍ତ ହେବେ।

ଏଥିପାଇଁ ଚୟନ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବ। ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ପୁଣି ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀ ନିଯୁକ୍ତ ହେବେ। ଦୁଇ ନଗରୀରେ ୩୨୦ ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀ ଭାବେ ନିଯୁକ୍ତ କରାଯିବ।
ଭୁବନେଶ୍ୱର ପାଇଁ ୨୦୦ ଜଣ ଓ କଟକରେ ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ । ଏହି ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀଙ୍କୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ଦୁଇ ମହାନଗରର ବିଭିନ୍ନ ଛକରେ ମୁତୟନ କରାଯିବ ବୋଲି କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ଜଣାପଡିଛି ।

nis-ad
Leave A Reply

Your email address will not be published.