ବନ୍ଧାହେଲେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର

ରାଉରକେଲା: ବନ୍ଧାହେଲେ ବିଶ୍ୱଜିତ ମହାପାତ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର ଗିରଫ । ବିଶ୍ୱଜିତ ମହାପାତ୍ରଙ୍କୁ ଆଜି ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଦୁଇ ଦିନ ଧରି ୭ଟି ସ୍ଥାନରେ ଚାଲିଥିଲା ରେଡ୍ । ମାରାଥନ୍ ରେଡ୍ ବେଳେ ପୁଳା ପୁଳା ସମ୍ପତ୍ତି ଠାବ ହୋଇଥିଲା ।

୧୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠାବ ସହ ୩୨ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ, ୨କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍, ୨ଲକ୍ଷ ଟଙ୍କାର ଏନପିଏସ ଓ ୪୭୦ଗ୍ରାମ ସୁନା ମିଳିଛି ।

ସେହିପରି ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର କୋଠା, ରସୁଲଗଡରେ ଫ୍ଲାଟ, କୋଟିଏରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା ଓ 10 ଲଷ 79 ହଜାରର ଇନସ୍ୟୁରାନସ ସହ ୩୫୦ ଗ୍ରାମ ସୁନା ଓ ବାଲିଅନ୍ତାରେ ଥିବା ସିମେଣ୍ଟ ଗୋଦାମ ଠାବ କରାଯାଇଛି । ଭୁବନେଶ୍ବର ଓ ଜଗତସିଂହପୁର ଜିଲ୍ଲାରେ ୧୦ଟି ପ୍ଳଟ ଠାବ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ବାସଭବନରୁ 120 ଗ୍ରାମ ସୁନା ଜବତ ହୋଇଛି । ଏହାସହିତ ସୁନ୍ଦରଗଡ ଅଫିସ, ଭୁବନେଶ୍ୱର ବାଲିଅନ୍ତାରେ ଥିବା ଘର, ନୟାପଲ୍ଲୀରେ ଥିବା ଫ୍ଲାଟ, ଜଗତସିଂହପୁର ରଘୁନାଥପୁରରେ ଥିବା ପୈତୃକ ଘର, ମଣିଜଙ୍ଗାରେ ଥିବା ସମ୍ପର୍କୀୟ ଘର ଓ ରାଜଗାଙ୍ଗପୁର ଓସିଏଲ୍ କ୍ୟାମ୍ପସରେ ଥିବା ସଂପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା ।

nis-ad
Leave A Reply

Your email address will not be published.