ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର ଓ ସାଧୁ ଅର୍ଜୁନ ସାହୁଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, ତା.୧୩/୦୨ : ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର୍ ଓ ସାଧୁ ଅର୍ଜୁନ ସାହୁଙ୍କ ବିୟୋଗରେ ଏକ ଶୋକ ସଭା ବରିଷ୍ଠ ସମାଜସେବୀ ତଥା ମାନସ ଭବନ ସଭାପତି ଶିଏଚ୍. ସନ୍ତୋଷ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ମାନସ ଭବନ ଉପଦେଷ୍ଟା ବରିଷ୍ଠ ଆଇନଜୀବି ଶିଶିର କୁମାର ପାଢ଼ୀ ମୁଖ୍ୟ ଅତିଥି ଓ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦିବଙ୍ଗତ ଙ୍କ ଆଦର୍ଶ ଓ ସାଧନା ପ୍ରତି ନିଜ ଅନ୍ତଃକରଣରେ ଅଙ୍ଗିକରବଦ୍ଧତା ପ୍ରକାଶ କଲେ ଶୋକ ସଭାର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ସେହିଭଳି ସର୍ବଶ୍ରୀ କୃଷ୍ଣ ଚନ୍ଦ୍ର ମହାଙ୍କୁଡ, ବ୍ୟାସ ପ୍ରମୋଦ ଚନ୍ଦ୍ର ପାଢ଼ୀ, ଭାସ୍କର ପାତ୍ର, ଶଶି ଭୂଷଣ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଦିବଂଗତ ମାନଙ୍କ କୃତିତ୍ୱ ଓ ଆଦର୍ଶ ଧାରାର ସ୍ମୃତି ଚାରଣ କରିଥିଲେ । ବଳଦେବ ସାହୁ, ସୁବାସ ଚନ୍ଦ୍ର ସାହୁ ରୋଶନ୍‌, କାଳିନ୍ଦୀ ଚରଣ ନାୟକ, ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ ପ୍ରମୁଖ ଵାକ୍ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସର୍ବ ପ୍ରଥମେ ଦିବଂଗତ ଆତ୍ମାଙ୍କ ଅମର ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଙ୍ଗୀତ ଗୁରୁ ଲକ୍ଷ୍ମୀ ନାରାୟଣ ସାମଲଙ୍କ ତତ୍ତ୍ଵାବଧାନରେ ଟୁଟୁ ସାହୁ, ବିପ୍ର, ଭଗବାନ ସାମଲ, ସନିଆ ବେହେରା, ପ୍ରଦୀପ କୁମାର ସାହୁ ଭଜନ ପରିବେଷଣ କରିଥିଲେ ଓ ମାନସ ଭବନ ପକ୍ଷରୁ ସୁଣ୍ଡରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସର୍ବଶ୍ରୀ ଦେବରାଜ ରାଉତ, ନୀଳାମ୍ବର ସାହୁ, କିଶୋର କାପୂର୍, ଅଭି ରାଉତ, ଶିବରାମ ସାବତ, ସୂର୍ଯ୍ୟ ନାରାୟଣ ପାତ୍ର, ଗୌର ହରି ମହାକୁଡ, ମିଟୁ ମହାକୁଡ ପ୍ରମୁଖ ବହୁ ଶ୍ରଦ୍ଧାଳୁ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.