ଆଇପିଏଲ ନିଲାମରେ ସର୍ବାଧିକ ଦାମୀ ଖେଳାଳି ହେଲେ ଇଶାନ କିଷନ, ୧୫ କୋଟିରେ କିଣିଲା ମୁମ୍ବାଇ

ମୁମ୍ବାଇ : ଆଇପିଏଲ ନିଲାମର ପ୍ରଥମ ଦିନରେ ଖେଳାଳିମାନଙ୍କ ପାଇଁ ନିଜର ମନିପର୍ସ ଖୋଲିଦେଇଛନ୍ତି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଷନଙ୍କୁ ସର୍ବାଧିକ ୧୫ କୋଟି ୨୫ ଲକ୍ଷରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହା ସହିତ ସେ ଆଇପିଏଲ ଇତିହାସରେ ୨ୟ ସବୁଠାରୁ ଦାମୀ ଖେଳାଳିରେ ପରିଣତ ହୋଇଛନ୍ତି । ଅନ୍ୟପକ୍ଷରେ ୨ କୋଟି ଟଙ୍କାର ବେସ ପ୍ରାଇସ ଥିବା ଦିପକ ଚହରଙ୍କୁ ୧୪ କୋଟି ବିନିମୟରେ କିଣିଛି ଚେନ୍ନାଇ ସୁପରକିଙ୍ଗସ । ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୧୦ କୋଟି ବିନିମୟରେ କିଣିଛି ରାଜସ୍ତାନ ।
ନିକଟରେ ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତରେ ଭଲ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ୧୦ କୋଟି ୭୫ ଲକ୍ଷ ବିନିମୟରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡଙ୍କୁ ସାଢେ ୭ କୋଟିରେ କିଣିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଲୋକି ଫର୍ଗୁସନଙ୍କୁ ୧୦ କୋଟି ବିନିମୟରେ କିଣିଛି ଗୁଜୁରାଟ ଟାଇଟନ୍ସ ।
ଅନ୍ୟପକ୍ଷରେ ଶ୍ରେୟସ୍ ଆୟରଙ୍କୁ ସର୍ବାଧିକ ୧୨ କୋଟି ୨୫ ଲକ୍ଷ ଟଙ୍କାରେ କୋଲକାତା ନାଇଟରାଇଡର୍ସ କିଣିଛି । ସେହିପରି କାସିଗୋ ରବାଡାଙ୍କୁ ପଂଜାବ ୯ କୋଟି ୨୫ ଲକ୍ଷରେ, ଟ୍ରେଣ୍ଟ୍ ବୋଲଟଙ୍କୁ ରାଜସ୍ତାନ ୮ କୋଟିରେ ଓ ମହମ୍ମଦ ସମୀଙ୍କୁ ଗୁଜୁରାଟ ଟାଇଟନ୍ସ ୬ କୋଟି ୨୫ ଲକ୍ଷରେ କିଣିଛନ୍ତି ।

nis-ad
Leave A Reply

Your email address will not be published.