ସରକାର ଗଠନ ହେଲେ ଶପଥଗ୍ରହଣ ଉତ୍ସବରେ ୟୁନିଫର୍ମ ସିଭିଲ କୋଡ଼ ଡ୍ରାଫ୍ଟ ତିଆରି କରିବୁ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ ୧୨/୦୨ : କର୍ଣ୍ଣାଟକରେ ଉପୁଜିଥିବା ହିଜାବ ବିବାଦ ପରେ ଏବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଆସିଛି ବଡ ବୟାନ। ସେ କହିଛନ୍ତି ଆମ ସରକାର ଗଠନ ହେଲେ ଶପଥଗ୍ରହଣ ଉତ୍ସବରେ ୟୁନିଫର୍ମ ସିଭିଲ କୋଡ଼ ଡ୍ରାଫ୍ଟ ତିଆରି କରିବୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଉତ୍ତରାଖଣ୍ଡର ସାଂସ୍କୃତିକ-ଆଧ୍ୟାତ୍ମିକ ଐତିହର ସୁରକ୍ଷା ପାଇଁ ବିଜେପି ସରକାର ତୁରନ୍ତ ଏକ କମିଟି ଗଠନ କରି ୟୁନିଫର୍ମ ସିଭିଲ କୋଡର ଡ୍ରାଫ୍ଟ ତିଆରି କରିବ। ଯେଉଁଥିରେ ସମସ୍ତ ନାଗରିକଙ୍କ ପାଇଁ ସମାନ ନିୟମ, କାନୁନ ରହିବ।

ୟୁନିଫର୍ମ ସିଭିଲ କୋଡରେ ସାମାଜିକ ସଦ୍ଭାବ ବଢ଼ିବାକୁ ଗୁରୁତ୍ଵ  ଦେଇ ମୁଖ୍ୟମନ୍ତ୍ରୀ ଜୋର ଦେଇ କହିଛନ୍ତି ଏହା ଲିଙ୍ଗ ଭିତ୍ତିକ ନ୍ୟାୟକୁ ମଧ୍ୟ ପ୍ରଶୟ ଦେବ। ଦେଶରେ ସବୁଧର୍ମର ବିବାହ ଓ ଛାଡ଼ପତ୍ରର ନିୟମ ଅଲଗା ଅଲଗା ରହିଛି । ସମ୍ପତ୍ତି ନିୟମ ମଧ୍ୟ ଅଲଗା ରହିଛି । ବିବାହ, ତଲାକ, ଉତ୍ତରାଧିକାର, ଜମି ନଥିପତ୍ର, ଭଳି ବିଷୟରେ ସମସ୍ତ ମାଗରିକ ମାନଙ୍କ ପାଇଁ ସମାନ ନିୟମ ରହିବ। ସେ ଯେ କୌଣସି ଧର୍ମର ହୁଅନ୍ତ ନା କାହିଁକି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶନିବାର ଧାମି କହିଛନ୍ତି ଅବସର ପ୍ରାପ୍ତ ବିଚାରପତି, ବୁଦ୍ଧିଜୀବି ଓ ସମାଜର ବିଭିନ୍ନ ବଗର୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ୟୁନିଫର୍ମ ସିଭିଲ କୋଡ ପାଇଁ ଡ୍ରାଫ୍ଟ ତିଆରି କରିବ।। ମୁଖ୍ୟମନ୍ତ୍ରୀ ଧାମିଙ୍କ ବୟାନରେ ବିଜେପି ସାଂସଦ ଅନୀଲ ବଲୁନୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ପ୍ରଶଂସା କରି ସେ କହିଛନ୍ତି ଏଥିରେ ସମାଜରେ ସମାନା ଆସିବ। ମୁଖ୍ୟମନ୍ତ୍ରୀ ଧାମି ଉତ୍ତରାଖଣ୍ଡର ବିକାଶ ପାଇଁ  ଅନେକ ନିର୍ଣ୍ଣାୟକ ନିଷ୍ପତ୍ତି ନେଉଛନ୍ତି ।

nis-ad
Leave A Reply

Your email address will not be published.