୫ ରୁ ୧୫ ବର୍ଷର ପିଲାଙ୍କ ଟିକାକରଣ ନେଇ ସୂଚନା ଦେଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ ୧୨।୦୨: ଦେଶରେ କରୋନା ଟିକାକରଣ ଅଭିଯାନ ଜାରି ରହିଛି। ୧୬ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଟିକାକରଣ ପରେ ଏବେ ୫ ରୁ ୧୫ ବର୍ଷ ଆୟୁ ବର୍ଗର ପିଲାଙ୍କ ଟିକାକରଣ ପାଇଁ ବିଚାର ବିମର୍ଶ ଚାଲିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଶନିବାର କହିଛନ୍ତି, ବିଶେଷଜ୍ଞଙ୍କ ସୁପାରିଶ ମିଳିବା ପରେ ଶୀଘ୍ର ଏହି ବର୍ଗର ପିଲାଙ୍କ ଟିକାକରଣ ଅଭିଯାନ ଆରମ୍ଭ ହେବ। ବିଶେଷଜ୍ଞ ଏ ପର୍ଯ୍ୟନ୍ତ ଏହି ଆୟୁ ବର୍ଗଙ୍କ ଟିକାକରଣ ଉପରେ କୌଣସି ସୁପାରିଶ କରି ନାହାନ୍ତି।

କେନ୍ଦ୍ର ମନ୍ତ୍ରୀ ଗୁଜରାଟର ଗାନ୍ଧିନଗରରେ ବିଜେପି ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି, କେବେ ଏବଂ କେଉଁ ଆୟୁ ବର୍ଗଙ୍କୁ ଟିକା ଦିଆଯିବ ତାର ନିଷ୍ପତ୍ତି ବୈଜ୍ଞାନିକଙ୍କ ସୁପାରିଶ ଆଧାରରେ ନିଆଯାଏ। ଯେବେ ବିଶେଷଜ୍ଞ କମିଟି ସୁପାରିଶ କରିବେ ତେବେ ଯାଇ ୫ ବର୍ଷରୁ ୧୫ ବର୍ଷର ଆୟୁ ବର୍ଗଙ୍କ ଟିକାକରଣ କରାଯିବ। ଗତ ବର୍ଷ ଜୁଲାଇ-ଅଗଷ୍ଟରେ ସିରୋ ସର୍ବେକ୍ଷେଣରୁ ଜଣା ପଡିଥିଲା ଯେ, ୬୭ ପ୍ରତିଶତ ପିଲାଙ୍କ ଶରୀରରେ ଆଣ୍ଟି ବଡି ସୃଷ୍ଟି ହୋଇଛି। ଏପରିକି ପିଲାଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିନଥିଲା।

nis-ad
Leave A Reply

Your email address will not be published.