ଭୋଟ୍‌ ର ୩୬ ଘଣ୍ଟା ପୂର୍ବରୁ ଲାଗୁ ହେବ କଟକଣା: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଜୋରସୋରରେ ପ୍ରଚାର ଚାଲିଛି । ଏହାରି ମଧ୍ୟରେ ଆୟୋଜିତ ଏକ ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ତାଙ୍କ କହିବା ମୁତାବକ, ମତଦାନର ୩୬ ଘଣ୍ଟା ପୂର୍ବରୁ ଲାଗୁ ହେବ କଟକଣା । ୩୬ ଘଣ୍ଟା ପୂର୍ବରୁ ଡାକବାଜି ପ୍ରଚାର ବନ୍ଦ ହେବ ।

୧୪ ତାରିଖ ସନ୍ଧ୍ୟା ୭ଟାରୁ ପ୍ରଥମ ପର୍ଯ୍ୟାୟ ପ୍ରଚାର ବନ୍ଦ ହେବ । ପ୍ରଚାର କଟକଣା ଲାଗୁ ପରେ ବାହାର ନେତା ରହିପାରିବେନି । ସମ୍ବେଦନଶୀଳ ବୁଥ୍ରେ ଭିଡିଓ ରେକର୍ଡିଂ ଓ ସିସିଟିଭି ବ୍ୟବସ୍ଥା ରହିବ ।

ଏହା ସହିତ ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲା, ୭୧ ବ୍ଲକ, ୨୦୦ ଜିଲ୍ଲା ପରିଷଦ ପାଇଁ ୧୬୬୯ ପଞ୍ଚାୟତ, ୨୨୩୭୯ ୱାର୍ଡ ମେମ୍ବର ପାଇଁ ଭୋଟିଂ ହେବ । ପ୍ରଥମ ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ମତଦାତା ଭୋଟ ଦେବେ । ମତଦାନ କେନ୍ଦ୍ର ଅଭିମୁଖେ ୧୪ ଓ ୧୫ରୁ ପୋଲିଂ ଅଧିକାରୀ ବାହାରିବେ । ଏନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.