କନ୍ଧମାଳ ଗ୍ରସ୍ତରେ ପୋଲିସ ଡିଜି : ମାଓ ଦମନ ପାଇଁ ହେବ ସ୍ଵତନ୍ତ୍ର ରଣନୀତି…

ଫୁଲବାଣୀ:-ନୂଆ ଡିଜିଙ୍କୁ ମାଓ ଚିନ୍ତା । ମାଓ ଦମନ ପାଇଁ ହେବ ସ୍ଵତନ୍ତ୍ର ରଣନୀତି । ଆଜି ନୂତନ ପୋଲିସ ଡିଜି ସୁନୀଲ ବଂସଲ କନ୍ଧମାଳ ଗ୍ରସ୍ତ କରି ମାଓ ଦମନ ଉପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ଦକ୍ଷିଣାଞ୍ଚଳ ଡିଆଇଜି ଓ ପଶ୍ଚିମଞ୍ଚଳ ଡ଼ିଆଇଜି ଯୋଗ ଦେବା ସହ ମାଓ ଅଧୁଷ୍ଟିତ ଜିଲା ର ୫ ଏସ୍ପି ସାମିଲ ଥିଲେ ।କିଭଳି ୫ ଜିଲାରେ ମାଓବାଦୀ ଦମନ କରାଯିବ ସେ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବା ସହ ମାଓବାଦୀ ମାନେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ କହିଛନ୍ତି ଡିଜି ସୁନୀଲ ବଂସଲ । ସେପଟେ ମାଓପ୍ରବଣ ଅଂଚଳରେ ପଞ୍ଚାୟତ ନିର୍ବାଚନ କିଭଳି ସ୍ୱଚ୍ଛ ଓ ଅବାଧରେ ହେବ ତାହାଉପରେ ବିଶେଷ ଦୃଷ୍ଟି ଦିଆଯାଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ । ଏହି ସମୀକ୍ଷା ବୈଠକରେ ଡିଜି ସୁନୀଲ ବଂସଲ ସମତେ ଡ଼ାଇରେକ୍ଟର ଇନ୍ଟଲିଂଜେନ୍ସ ଲଳିତ ଦାସ, ଡିଜି ଏସଏପି ମୋନଜ ଛାବ୍ରା, ଆଇଜି ଅପରେସନ ଅମିତାଭ ଠାକୁର । ଡିଆଇଜି ଏସଆଇଡବ୍ଲୁ ଅନିରୁଧ ସିଂ ,ଆଇଜି ବିଏସଏଫ ଏସ.ବୁଦ୍ଧ କୋଟି,ଆଇଜି ବ୍ରହ୍ମପୁର ସତ୍ୟବ୍ରତ ଭୋଇ , ଆଇଜି ସମ୍ବଲପୁର ଦୀପକ କୁମାର ସମତେ ମାଓ ପ୍ରବଣ ଅଂଚଳର ୫ ଏସପି ଜଣେ ଏସଡିପିଓ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.