ମହିଳାଙ୍କ ଆତ୍ମହତ୍ୟା


ହିଞ୍ଜିଳିକାଟୁ, (୧୧/୨) : ହିଞ୍ଜିଳି ଥାନା ଶାସନଆମ୍ବଗାଁର ଜୈନିକା ବିବାହିତା ମହିଳା ଗୁରୁବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ଶାସନ ଆମ୍ବଗାଁ ଗ୍ରାମର ପୁଜା ବେହେରା (୨୪) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୨/୨୨ ରେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହକୁ ଜବତ କରିଛି । ଶୁକ୍ରବାର ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ମିଳିଥିବା ସୂଚନା ଅନୁସାରେ ପୂଜାଙ୍କ ସ୍ବାମୀ ଗୁଜୁରାଟ ଅଞ୍ଚଳରେ ରହୁଥିବା ବେଳେ ମହିଳା ଜଣଙ୍କ ଗତ ୨ ମାସ ପୂର୍ବରୁ ବାପା ଘରକୁ ଆସି ରହିଥିଲେ । ଗୁରୁବାର ସକାଳେ ପୂଜାଙ୍କ ଶାଶୁ ଶାସନଆମ୍ବଗାଁ ଆସି ପୂଜାକୁ ଶାଶୁ ଘରକୁ ଫେରି ଆସିବା ପାଇଁ ଡାକିଥିଲେ । ହେଲେ ଗୁରୁବାର ବିଳମ୍ବିତ ରାତିରେ ମହିଳା ଜଣଙ୍କ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ଦେଖି ପୂଜାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ସମୟରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ଠାରୁ ଖବର ପାଇ ହିଞ୍ଜିଳି ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଥିଲା ।

nis-ad
Leave A Reply

Your email address will not be published.