ୟୁନିସେଫ୍ ଆନୁକୂଲ୍ୟରେ ଶିଶୁ ଗୃହ ଅନ୍ତେବାସୀମାନଙ୍କୁ ସ୍ବଚ୍ଛତା ସାମଗ୍ରୀ ବଣ୍ଟନ

ମାଲକାନଗିରି (୧୧/୦୨) ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଶିଶୁ ଗୃହରେ ରହୁଥିବା ପାଖାପାଖି ୨୦୦ ରୁ ଉର୍ଦ୍ଧ୍ବ ଅନ୍ତେବାସୀ ମାନଙ୍କୁ ସ୍ବଚ୍ଛତା ସାମଗ୍ରୀ ପ୍ୟାକେଟ ଯୋଗାଇ ଦିଆଯାଇଛି । ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସ°ସ୍ଥା ୟୁନିସେଫ୍ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଉକ୍ତ ସାମଗ୍ରୀ ଗୁଡିକ ବଣ୍ଟନ କରାଯାଇ ଅଛି । ଜିଲ୍ଲାର ତିନୋଟି ପ୍ରମୁଖ ଶିଶୁଗୃହ ଯଥା-ମାଲକାନଗିରି ଅ°ଚଳର ପରିବର୍ତ୍ତନ ଶିଶୁଗୃହ,କୋରକୁଣ୍ଡା ଅ°ଚଳର ନୀଳାଚଳ ସେବାଶ୍ରମ ଓ ମୁଣ୍ଡିଗୁଡା ସ୍ଥିତ ଜୋୟ ଚିଲଡ଼୍ରେନ ହୋମ ର ଅନ୍ତେବାସୀ°କୁ ସାବୁନ, ସାନିଟାଇଜର, ମାକ୍ସ ଓ ମଗ୍ ପ୍ରମୁଖ ସାମଗ୍ରୀ ବଣ୍ଟନ କରାଯାଇଛି ।

ଆଜିର ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ତଥା ମାଜିଷ୍ଟ୍ରେଟ ରାକେଶ କୁମାର ମୁଦୁଲି, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗୀୟ ଅଧିକାରୀ ସୁଦେଷ୍ଣା ରାଉତ ଓ ପରିବର୍ତ୍ତନ ସ°ସ୍ଥାର ସ°ପାଦକ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ଶ୍ରୀ ମୁଦୁଲି ପିଲା ମାନଙ୍କୁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କହିଛନ୍ତି ଯେ ଏହି ସବୁ ସ୍ୱଛତା ସାମଗ୍ରୀର ବ୍ୟବହାର ଫଳରେ ନିଜେ ସୁସ୍ଥ ରହିବା ସହ ଅନ୍ୟ ମାନଙ୍କୁ ସ°କ୍ରମଣ ଠାରୁ ଦୁରେଇ ରଖିବ ଓ ଯାହା ଫଳରେ ଆମେ ସମସ୍ତେ ଏକ ସୁସ୍ଥ ଓ ସମୃଦ୍ଧ ଜୀବନ ଯାପନ କରିପାରିବା ।

nis-ad
Leave A Reply

Your email address will not be published.