କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପଞ୍ଝାରେ ବନ୍ଧୁକ ବ୍ୟବସାୟୀ

ଭୁବନେଶ୍ବର ୧୦।୨: କ୍ରାଇମବ୍ରାଞ୍ଚ ଏସଟିଏଫ୍ ପଞ୍ଝାରେ ବନ୍ଧୁକ ବ୍ୟବସାୟୀ । ବନ୍ଧୁକ କାରବାର ଅଭିଯୋଗରେ କଟକ ସଦର ଅଞ୍ଚଳର କିଶୋର କୁମାର ମହାରଣାକୁ ଏସଟିଏଫ୍ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ୯ ଏମ୍‌ମ୍‌ ପିସ୍ତଲ, ୫ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି ।

୨୦୧୪ ଜୁନ୍ ମାସରେ ଚଣ୍ଡିଖୋଲ ବଜାରରେ ହୋଇଥିବା ଦୀପକ ନାଏକ ହତ୍ୟା ମାମଲାରେ ୱାଣ୍ଟେଡ ଥିଲା କିଶୋର ।

ନିଜର ଦୁଇ ସହଯୋଗୀଙ୍କ ସହ ମିଶି ଦୀପକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେବେଠୁ ଫେରାର୍‌ ଥିଲା କିଶୋର । ବେଆଇନ ଅସ୍ତ୍ରଶସ୍ତ୍ର ବିରୋଧୀ ଆଇନ ଆଧାରରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ପୋଲିସ ।

nis-ad
Leave A Reply

Your email address will not be published.