ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

ନୂଆଦିଲ୍ଲୀ: ପୁଣି ଅପରିବର୍ତ୍ତିତ ରହିଲା ରପୋ ରେଟ୍‌। ବଜେଟ୍‌ ପରେ ଆର୍‌ବିଆଇ ପକ୍ଷରୁ ଚଳିତ ବର୍ଷର ପ୍ରଥମ ମୁଦ୍ରାନୀତି ଘୋଷଣା ହୋଇଛି। ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବୈଠକରେ (MPC) ପରେ ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଘୋଷଣା କରିଛନ୍ତି।
ଦ୍ୱିମାସିକ ଆର୍ଥିକ ନୀତିର ଫଳାଫଳ ଘୋଷଣା କରି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କହିଛି ଯେ, ରେପୋ ରେଟ୍‌ ୪%ରେ ଏବଂ ରିଭର୍ସ ରେପୋ ରେଟ୍‌ ୩.୩୫%ରେ ଅପରିବର୍ତ୍ତିତ ରଖିବାକୁ ସ୍ଥିର କରାଯାଇଛି। ସେହିପରି ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ରେଟ୍‌ ଏବଂ ବ୍ୟାଙ୍କ ରେଟ୍‌ ୪,୨୫% ରହିବ।
ସୁଧହାର ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟ ବିଶିଷ୍ଟ ‘ମନିଟାରୀ ପଲିସି କମିଟି’ର ସର୍ବସମ୍ମତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଅଭିବୃଦ୍ଧିକୁ ସହାୟତା କରିବା ସହ ମୁଦ୍ରାସ୍ଫିତିକୁ ନିର୍ଦ୍ଧାରିତ ଲକ୍ଷ୍ୟ ମଧ୍ୟରେ ସୀମିତ ରଖାଯିବା ଯାଏ ଆର୍ଥିକ ନୀତିର ସ୍ଥିତାବସ୍ଥା ଜାରି ରହିବ। ସୂଚନା ମୁତାବକ ଏହାକୁ ମିଶାଇ କ୍ରମାଗତ ୧୦ ଥର ଲାଗି ରେପୋ ରେଟ୍‌ ଅପରିବର୍ତ୍ତିତ ରହିଲାଣି।
ଫେବ୍ରୁଆରୀ ୭-୯ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍‌ ମନିଟାରୀ ପଲିସି କମିଟିର ବୈଠକ ବସିବା ନେଇ ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ, ବଲିଉଡର ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତ ଯୋଗୁଁ ଫେବ୍ରୁଆରୀ ୭ ତାରିଖକୁ ମହାରାଷ୍ଟ୍ର ସରକାର ଶୋକ ଦିବସ ଭାବେ ଛୁଟି ଘୋଷଣା କରିବାରୁ ଉକ୍ତ ବୈଠକ ବସିନଥିଲା। ଯାହା ପରେ ବୈଠକ ଫେବ୍ରୁଆରୀ ୮-୧୦ ତାରିଖରେ ହେବ ବୋଲି ପୁନଃ ନିର୍ଦ୍ଧାରଣ କରାଯାଇଥିଲା।

nis-ad
Leave A Reply

Your email address will not be published.