ମୃତ୍ୟୁ ହାର କମିବାକୁ ଆଉ ୬ରୁ ୭ ସପ୍ତାହ ସମୟ ଲାଗିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ମହାମାରୀ ତୃତୀୟ ଲହରର ପ୍ରଭାବ ଜାରି ରହିଛି । ପିକ୍ ସମୟ ଅତିକ୍ରମ କରିବା ପରେ ଏବେ ଦୈନିକ କରୋନା ସଂକ୍ରମଣ ହାର ଧିରେ ଧିରେ ତଳମୁହାଁ ହେଉଛି । ମାତ୍ର ଏବେବି ରାଜ୍ୟରେ କୋଭିଡ୍ ମୃତ୍ୟୁ ହାର ଲୋକଙ୍କ ଚିନ୍ତା ବଢାଇଛି । ରାଜ୍ୟରେ କୋଭିଡ୍ ସ୍ଥିତି ଓ ମୃତ୍ୟୁ ହାରକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ରାଜ୍ୟରେ ଏବେ ଏବେ ପିକ୍ ଅତିକ୍ରମ କରିଥିବାରୁ ମୃତ୍ୟୁ ହାର ଅଧିକ ରହୁଛି ଏବଂ ପିକ୍ ସମୟ ପରେ ୬ରୁ ୭ ସପ୍ତାହ ସମୟ ଲାଗିବ ରାଜ୍ୟରେ ମୃତ୍ୟୁ ହାର କମିବା ପାଇଁ । ଅନ୍ୟପଟେ ଏବେବି ବହୁ ରୋଗୀ ଭେଣ୍ଟିଲେଟରେ ଅଛନ୍ତି ତେଣୁ ମୃତ୍ୟୁ ହାର ଏଭଳି ଆଉ କିଛି ଦିନ ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏହାସହିତ ନୂଆ ଭ୍ୟାରିଆଣ୍ଟ କୁ ନେଇ ମଧ୍ୟ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଭାଇରସ ଥିବା ଯାଏଁ ଏହିଭଳି ଭାବରେ ପ୍ରଜାତି ବଦଳି ଚାଲୁଥିବ ତେଣୁ ଆହୁରି ଅନେକ ନୂଆ ଭ୍ୟାରିଆଣ୍ଟ ଆସିବାର ସମ୍ଭାବନା ରହିଛି ।

କରୋନାର ନୂଆ ଭ୍ୟାରିଆଣ୍ଟ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଛି । ମାତୟ ଏଯାଏଁ କିଛି ଗାଇଡଲାଇନ୍ ଆସିନାହିଁ ତେଣୁ ଗାଇଡଲାଇନ୍ ଆସିବା ପରେ ହିଁ ନୂଆ ଭ୍ୟାରିଆଣ୍ଟ କେତେ ସଂକ୍ରାମକ ବା ଘାତକ ତାହା ସ୍ପଷ୍ଟ ହେବ ବୋଲି ଆଜି ସୂଚନା ଦେଇ କହିଛନ୍ତି ଡାକ୍ତର ବିଜୟ ମହାପାତ୍ର ।

nis-ad
Leave A Reply

Your email address will not be published.