ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

ଭବାନୀପାଟଣା: ଆଖି ବୁଜିଲା ଆଉ ଏକ ଗଜରାଜ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୁଣି ପ୍ରାଣ ହରାଇଲା ଏକ ମାଈ ହାତୀ ।

କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଜାମପଡା ଗାଁରେ ଘଟିଛି ଏହି ଅଘଟଣ ।କଳାହାଣ୍ଡିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

ସୂଚନା ଅନୁଯାୟୀ ଜାମପଡା ଜଙ୍ଗଲରୁ ହାତୀ ପଲ ଗାଁ ମୁହାଁ ହୋଇଥିବା ବେଳେ କୌଣସି କାରଣବଶତଃ ମାଈ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମାଈ ହାତୀର ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.