କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

ମାଲକାନଗିରି (୧୦/୦୨) : କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ଶିବିରକୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲା ବେଳେ ଏହି ଶିବିରରେ ମାନସିକ ରୋଗୀ ବିଶେଷଜ୍ଞ ଡ. ଏମ.ଏ. ହୁସେନ , ଡ.ସିଧାନ୍ତ ଆଦର୍ଶ, ବି.ପି.ଏମ ହର ପ୍ରସାଦ ତାରିଣୀ, ମାନସିକ ସାମାଜିକ କର୍ମୀ ଦୀପକ କୁମାର ଦିଗ୍ଗାଲ. RBSK ର ଜିଲ୍ଲା ପ୍ରବନ୍ଧକ ହରିବନ୍ଧୁ ଦେଶୀୟାନାଏକ ଓ ରଶ୍ମି ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବିତରଣ କରଯାଇଅଛି ।

କେବଳ ଅତି ଜଟିଳ ମାନସିକ ରୋଗୀ°କୁ ଉତ୍ତମ ଚିକିତ୍ସା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ସୁଚନା ମିଳିଛି । ଆଜିର ଏହି ଶିବିରରେ ୧୮ ବର୍ଷରୁ କମ ବୟସର ମାନସିକ ଦିବ୍ୟା°ଗ ରୋଗୀ ମାନେ ବହୁ ସ°ଖ୍ୟାରେ ଆସିଥିବା ଦେଖିବାକୁ ମିଳିଛି ଓ ଏଥିରେ RBSK ସହଯୋଗ ରେ, ଶ୍ରବଣ ଶକ୍ତି ହ୍ରାସ ପାଇଥିବା ରୋଗୀ ମାନଙ୍କୁ ବିନା ମୂଲ୍ୟରେ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ଟିକୁ ସଫଳତା ର ସହିତ ଆୟୋଜିତ କରିଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.