ହୃଦଘାତରେ ମୃତିକାସଂରକ୍ଷଣ କର୍ମଚାରୀଙ୍କ ଅକାଳ ବିୟୋଗ

ଟିକାବାଲି (୧୦/୦୨) : ଟିକାବାଲି ମୃତିକାସଂରକ୍ଷଣ ବିଭାଗରେ କିର୍ଯ୍ୟରତ କର୍ମଚାରୀ ବିଜୟ କୁମାର ସିଂ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ତାଙ୍କୁ ହଠାତ୍ ଦେହ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମୃତିକାସଂରକ୍ଷଣ ବିଭାଗ ଅଧିକାରୀ ବାସୁଦେବ କହଁର ଏବଂ ଅନ୍ୟ କର୍ମଚାରି ଟିକାବାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ, ଚିକିତ୍ସା ଚାଲିଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯିବାରୁ,ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କଲେ। ସେ ଏକାକି ଟିକାବାଲିରେ ରହି ଚାକିରୀ କରୁଥିଲେ ତାଙ୍କର ସମସ୍ତ ପରିବାର କେନ୍ଦ୍ରାପଡାରେ ରହିଥିବା ହେତୁରୁ ତାଙ୍କ ଶବ ଦିର୍ଘ ସମୟ ପର୍ଯ୍ୟନ୍ତ ଟିକାବାଲି ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା।

ପରିବାର ଲୋକ ପହଞ୍ଚିବା ପରେ ଶବକୁ କେନ୍ଦ୍ରାପଡା ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।ସେ ଜଣେ କର୍ମଠ,ମିଷ୍ଟଭାସୀ,ମିଳାପି, ପରଉପକାରି,ଦୟାଳୁ ବ୍ୟକ୍ତି ଥିଲେ।ତାଙ୍କ ମୃତ୍ୟୁରେ ମୃତିକାସଂରକ୍ଷଣ ବିଭାଗରେ ଜିଲ୍ଲା ଠାରୁ ବ୍ଲକ ପର୍ଯ୍ୟନ୍ତ ଶୋକର ଛାୟା ଖେଳିଯାଇଛି । ସେ ଗତ ତା-30/01/2022 ରେ ଅବସର ନେଇଥିବା ବେଳେ ତାଙ୍କର କାର୍ଯ୍ୟଦକ୍ଷତାକୁ ଦେଖି ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ବୃଦ୍ଧି କରାଯାଇଥିବା ଏବଂ ତାଙ୍କର ଶୂନ୍ୟସ୍ଥାନ ଅପୂରଣୀୟ ରହିଥିବା ଅଧିକାରୀ ବାସୁଦେବ କହଁର ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.