ଅସନ୍ତୁଷ୍ଟ ବିଜେଡି ପ୍ରଚାରରେ ଦୁଲୁକୁଛି ବିଧାୟିକାଙ୍କ ପଞ୍ଚାୟତ କେଶପୁର

ଖଲ୍ଲିକୋଟ : (୯/୨) ଖଲ୍ଲିକୋଟ ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ବିଜେଡି – ବିଜେଡି ଭିତରେ ଲଢେଇ ତୀବ୍ର ରୂପ ନେଉଥିବା ବେଳେ କେଶପୁର ଓ ଦାନପୁର ପଂଚାୟତ ନେଇ ଉଭୟ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ଙ୍କ ମଧ୍ୟରେ ଲଢେଇ ମୁହାଁମୁହିଁ ହେଉଥିବା ବେଳେ ଉଭୟ ପଂଚାୟତ ବିଧାୟିକା ଙ୍କ ପାଇଁ ସମ୍ମାନ ର ପ୍ରଶ୍ନ ଭାବେ ଠିଆ ହୋଇଛି l କେଶପୁର ପଂଚାୟତ ରେ ବିଧାୟିକା ଙ୍କ ଡିୟର ସରପଂଚ ପାର୍ଥି ହୋଇଥିବା ବେଳେ ଦାନପୁର ରେ ବିଧାୟିକାଙ୍କ ସ୍ୱାମୀ ସମିତି ଅଧକ୍ଷ ହାତେଇବା ପାଇଁ ସମିତି ସଭ୍ୟ ପାର୍ଥି ଭାବେ ନିର୍ବାଚନ ରଣାଙ୍ଗନ କୁ ଓଲ୍ଲାଇଛନ୍ତି l

ତେବେ ଗତ ସୋମବାର ଦିନ ଦାନପୁର ପଂଚାୟତ ରେ ସମିତି ସଭ୍ୟ ପାର୍ଥି ଦୈତାରୀ ବେହେରା ଏକ ବିରାଟ ପଟୁଆର ରେ ପ୍ରଚାର କରି ନିଜର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ବୁଧବାର ଦିନ ଖଲ୍ଲିକୋଟ ବ୍ଲକ ର କେଶପୁର ପଂଚାୟତ ରେ ଏକ ବିରାଟ ପ୍ରଚାର ଶୋଭାଯାତ୍ରା ସରପଂଚ ବିଚିତ୍ର ଜାଲୀ ଓ ସମିତି ସଭ୍ୟ ପାର୍ଥି ଉଲାଶ ପରିଡା ଙ୍କୁ ସାଥିରେ ନେଇ କେଶପୁର ପଂଚାୟତ ର ମୋହନପୁର, ତେନ୍ତୁଳିଆପଡା, କାଲୁଆପଦର, ନୂଆ କେଶପୁର ,ଫ|ସିଡ଼ି ପ୍ରଭୃତି ଗ୍ରାମ ପରିଦର୍ଶନ କରି ଘର ଘର ବୁଲି ଶତାଧିକ ମହିଳାଙ୍କ ସହ ଭୋଟ ଭିକ୍ଷା କରିଥିଲେ l ଅସନ୍ତୁଷ୍ଟ ବିଜେଡିର ଏହି ପଂଚାୟତ ନିର୍ବାଚନ ପ୍ରଚାର ଶୋଭାଯାତ୍ରା ରେ ଅସନ୍ତୁଷ୍ଟ ନେତା ତଥା ଦାନପୁର ସରପଂଚ ମନୋଜ କୁମାର ପ୍ରଧାନ, ସୁରେନ୍ଦ୍ର କୁମାର ପ୍ରଧାନ, ପୂର୍ବତନ ସମିତି ସଭ୍ୟ ସକାଳେଶ୍ଵର ଦାଶ, ନବ କିଶୋର ସାହୁ , ଯୁବନେତା ନିରଞ୍ଜନ ନାୟକ, ବିଜୟ ଜାଳି, ରମେଶ ପରିଡା ,ସୀମାଦ୍ରୀ ପତ୍ର ଙ୍କ ସମେତ ବହୁ କର୍ମୀ ଏହି ପଦଯାତ୍ରା ପ୍ରଚାର ରେ ସାମିଲ ହୋଇଥିଲେ l

ପ୍ରଚାର ରେ ଖଲ୍ଲିକୋଟ ରାଣୀଙ୍କ ଆଶୀର୍ବାଦ ଥିବା ସରପଂଚ ଶ୍ରୀ ଜା ଲି ପ୍ରକାଶ କରିବା ସହ ଦୀର୍ଘ ଦିନ ଧରି ଅବହେଳିତ ଥିବା କେଶପୁର ପଂଚାୟତ ର ବିକାଶ କୁ ତ୍ୱରାନ୍ନିତ କରିବା ସହ ମଶ୍ଚଷାଯିବି ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି କହିଥିଲେ l କାରଣ କେଶପୁର ପଂଚାୟତ ଟି ଚିଲିକା କୁଳ ରେ ଥିବା ବେଳେ ଉକ୍ତ ପଂଚାୟତ ରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଲାଗି ରହିବା ସହ ଚିଲିକା ରେ ମାଛ ଉତ୍ପାଦନ କମିବା ସହ ଚିଲିକା ଉପରେ ନିର୍ଭର କରି ଚାଲୁଥିବା ମଶ୍ଚଷାଯିବି ମାନେ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ କୌଳିକ ବୃତି ଛାଡି ଯାଉଛନ୍ତି l

nis-ad
Leave A Reply

Your email address will not be published.