ତାମିଲନାଡୁରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକଙ୍କ ମୃତ୍ୟ, ଶବକୁ ଫେରାଇ ଆଣିବା ପାଇଁ ପରିବାର ଲୋକଙ୍କ ଗୁହାରି

ଖଲ୍ଲିକୋଟ : ଗତକାଲି ଟତାମିଲ୍ନାଡୁ ର ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟରତ ଅବସ୍ଥା ରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମ ର ଜଣେ ୪୫ ବର୍ଷ ର ଓଡ଼ିଆ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମର ରମେଶ ଜେନା ୪୫ ଗତ ଏକ ବର୍ଷ ଦୁଇ ମାସ ତଳେ ପରିବାର ର ଭରଣା ପୋଷଣ ଓ ଋଣ ଭାର ରେ ଜର୍ଜରିତ ହୋଇ କୌଣସି କାମ ନ ମିଳିବାରୁ ବାଧ୍ୟ ହୋଇ ନିଜ ଭିଟା ମାଟି ଛାଡି ତାମିଲନାଡ଼ୁର କଣ୍ଟା ଗ୍ରାଉଣ୍ଡ କମ୍ପାନୀ କୁ କାମ କରିବାକୁ ଯାଇଥିଲା l କିଛି ଦିନ କାମ କରିବା ପରେ ରମେଶ ଅସୁସ୍ଥ ଅନୁଭବ କରିଥିଲା ତେବେ କମ୍ପାନୀ କୌଣସି ଚିକିଛା କରିବା ପରିବର୍ତେ କମ୍ପାନୀ ରେ କାମ କରିବା ପାଇଁ ବାଧ୍ୟ କରି ଆସୁଥିଲା l

ରମେଶ ଅସୁସ୍ଥତା ସତ୍ୱେ କମ୍ପାନୀ ରେ କାମ କରି ଆସୁଥିଲେ l ଗତକାଲି ଅର୍ଥାତ ମଙ୍ଗଳବାର ୮ ତାରିଖ ଦିନ କାମ କରିବା ଅବସ୍ଥା ରେ ଦିନ ୨ ଘଟିକା ସମୟରେ ଟଳି ପଡ଼ିଥିଲେ l ତେବେ ରମେଶ ମୃତ୍ୟୁ ବରଣ କରିବାର ୧୨ ଘଣ୍ଟା ବିତି ଯାଇଥିଲେବି ଏଯାବତ ମୃତ ରମେଶ ର ଶବକୁ ତାର ଭିଟାମାଟି ମାଣିକ୍ୟପୁତ୍ର ପଠାଇବା ପାଇଁ ବ୍ୟବସ୍ଥା କାରାଯାଇ ନାହିଁ l ଫଳରେ ମୃତ ରମେଶ ର ଶବକୁ ବିଧବା ପତ୍ନୀ ବେଙ୍ଗ ଜେନା ଓ ପୁଅ ବେନୁ ଜେନା , କାଁହୁ ଜେନା ଝିଅ ବିକାଳୀ ଜେନା , ରଶ୍ମିତା ଜେନା କୋହ ଓ ଲୁହ ଭରା ଅବସ୍ଥା ରମେଶ ସବ ତୁରନ୍ତ ଆଣିବା ପାଇଁ ଓଡିଶା ମୋ ପରିବାର ଓ ଗଂଜାମ ଜିଲ୍ଲାପାଳ ଙ୍କୁ ଲୁହ ଭିଜା ନିବେଦନ କରିଛନ୍ତି l

ପ୍ରକାଶ ଥାଉକି ସମଗ୍ର ଗଂଜାମ ଜିଲ୍ଲା ରେ ପଂଚାୟତ ନିର୍ବାଚନ ରେ ମାତି ଥୁବା ବେଳେ ଭିଟା ମାଟି ଛାଡି ରାଜ୍ୟ ବାହାରେ ଦାଦନ ଖଟୁଥିବା ଖଲ୍ଲିକୋଟ ବ୍ ର ୧୪ ହଜାର ଶ୍ରମିକ ଓ ଗଂଜାମ ଜିଲ୍ଲା ର ଭୋକ ଉପବାସ ରେ ୫ ଲକ୍ଷ ଦାଦନ ଏବେବି ଶ୍ରମିକ ଭାବେ ଖଟୁଛନ୍ତି l ଦାଦନ ଠିକାଦାର ମାନେ କୋଟି କୋଟି ଟଙ୍କା ର ଜିଏସ ଟି ଠକି ମାଲାମାଲ ହେଉଥିବା ବେଳେ ନିର୍ବାଚନ ପରେ ନିର୍ବାଚନ ଜିତୁଥିବା ବେଳେ ଏମାନଙ୍କ ସମସ୍ୟା ନିର୍ବାଚନ ରଣାଙ୍ଗନ ରେ ଥିବା ନେତା ମାନଙ୍କୁ ଛୁଇଁ ନଥିବା ସାଧାରଣ ରେ ଅଭିଯୋଗ ହେଉଛି l

nis-ad
Leave A Reply

Your email address will not be published.